ଗତକାଲି, ସତ୍ୟବାଦୀ ପେଣ୍ଠପଡା ପଞ୍ଚାୟତ ର, କାଞ୍ଜିଆ ଗ୍ରାମ ର ଜଣାଶୁଣା ଯୁବ ସମାଜ ସେବକ ତଥା ଯୁବ ସଙ୍ଗଠକ ନିଶିକାନ୍ତ ପ୍ରଧାନ ବିଳମ୍ବିତ ରାତି ରେ ଦୁଇ ବନ୍ଧୁଙ୍କ ସହ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ତେଇଶପୁର ଛକରେ ଏକ ଟ୍ରକ ସହ ଦୁର୍ଘଟଣା ହୋଇଥିଲା। ତତକ୍ଷଣାତ ତାଙ୍କୁ ସାକ୍ଷୀଗୋପାଳ ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣଂକ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲ କୁ ସ୍ତନାନ୍ତରଣ କରାଯାଇଛି। ସେ ଜଣେ ଯୁବ ସମାଜ ସେବୀ, ପରୋପକାରୀ, ଏବଂ ମେଳାପୀ ଥିଲେ। ଶ୍ରଦ୍ଧେୟ ସାନଭାଇ ନିଶିକାନ୍ତ କୁ ହରାଇ ଅଞ୍ଚଳ ବାସୀ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ଅମର ଆତ୍ମାର ସଦଗତି ପ୍ରାପ୍ତି ହେଉ।
ସତ୍ୟବାଦୀ ପେଣ୍ଠପଡା ପଞ୍ଚାୟତ ର ଜଣାଶୁଣା ଯୁବ ସମାଜ ସେବକ ତଥା ଯୁବ ସଙ୍ଗଠକ ନିଶିକାନ୍ତ ପ୍ରଧାନ(ରିଙ୍କୁ) ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ











