ସତ୍ୟବାଦୀ : ୧୪/୫/୨୦୨୪ ପ୍ରକାଶିତ ହୋଇଛି ସିବିଏସଇ ବୋର୍ଡର ଦଶମ ଶ୍ରେଣୀର ପରୀକ୍ଷା ଫଳ। ସତ୍ୟବାଦୀ ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ଛାତ୍ର ଛାତ୍ରୀ ମଧ୍ୟରୁ ୬୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ସେଥିମଧ୍ୟରୁ ୧୪ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ରୁ ଉର୍ଦ୍ଧ ନମ୍ବର ରଖି ପାସ୍ କରିଛନ୍ତି। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ପାଇଁ ଆଜି ବିଦ୍ୟାଳୟରେ ସମସ୍ତ କୃତୀ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଅଭିଭାବକ ମାନେ ଏକତ୍ରିତ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ୍ୟ ବିନ୍ଦୁସାଗର ସ୍ଵାଇଁ, ଏହି ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଏହି ସଫଳତାର ଶ୍ରେୟ ଛାତ୍ର ଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଅଭିଭାବକ ମାନଙ୍କୁ ଦେଇଥିଲେ। ତତ୍ପରେ ଅଧ୍ୟକ୍ଷ୍ୟ ବିନ୍ଦୁସାଗର ସ୍ଵାଇଁ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ। ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।
ସାଇ ସୋହମ ପ୍ରଧାନ, ଆଗକୁ ଡାକ୍ତର ହେବାର ସ୍ବପ୍ନ ରଖିଛନ୍ତି। ସାଇ ସୋହମ ପ୍ରଧାନ ଙ୍କ ପିତା ପୁଅର ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ସଫଳତାର ଶ୍ରେୟ ସେ ତାର ମା’ ସ୍ଵର୍ଣ୍ଣଲତା ବିଶ୍ବାଳ ଓ ସ୍କୁଲ ର ଗୁରୁଜୀ, ଗୁରୁମା ମାନଙ୍କୁ ଦେଇଛନ୍ତି। ଏହି ସଫଳତା ପାଇଁ ସାଇ ସୋହମ ୧୪ ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ କରୁଥିଲେ ବୋଲି କହିଛନ୍ତି।
ସେହିଭଳି ସୁଶ୍ରୀ ସିମ୍ରନ ମହାପାତ୍ର ମଧ୍ୟ ଡାକ୍ତର ହୋଇ ଜନସେବା କରିବାର ସ୍ବପ୍ନ ରଖିଛନ୍ତି। ସୁଶ୍ରୀ ସିମ୍ରନ ନିଜର ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ସଫଳତାର ଶ୍ରେୟ ତାଙ୍କର ବୋଉ ପୁଷ୍ପଲତା ମିଶ୍ର , ନନା ଭାଗ୍ୟଧର ମହାପାତ୍ର ଓ ସ୍କୁଲ ର ଗୁରୁଜୀ, ଗୁରୁମା ମାନଙ୍କୁ ଦେଇଛନ୍ତି।
ସେହିଭଳି ନିବେଦିତା ଶତପଥୀ ଭବିଷ୍ୟତରେ ଜଣେ ଭଲ ଆଇଏଏସ ହୋଇ ଦେଶ ପାଇଁ ଭଲ କାମ ଅକରିବାର ସ୍ବପ୍ନ ଦେଖିଛନ୍ତି।











