Home / ରାଜନୀତି / ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ମନ୍ତ୍ରୀ ତୁଷାରକାନ୍ତି

ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ମନ୍ତ୍ରୀ ତୁଷାରକାନ୍ତି

politics

କାକଟପୁର ତା ୧୩/୦୫ (ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ଜନତା ଦଳ ପକ୍ଷରୁ ସୋମବାର ହଜାର ହଜାର ସମର୍ଥକଙ୍କ ସହିତ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ପୁରୀ ଅତିରିକ୍ତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ନିଜ ଗ୍ରାମ ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତର ବାଲିଡିଆ ଗ୍ରାମର ଇଷ୍ଟଦେବୀ ମା ବାସୁଳେଇଙ୍କୁ ଦର୍ଶନ କରିବାପରେ କାକଟପୁର ଟ୍ରଷ୍ଟ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ସେଠାରୁ ପୂର୍ବରୁ ଅପେକ୍ଷା କରିଥିବା ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ନାୟକ, ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ହିମାଂଶୁ ଭୂଷଣ ଦୀକ୍ଷିତ, ତପନ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ମାନସ କୁମାର ଦୀକ୍ଷିତ,ଯୁବନେତା ବିଶ୍ୱଜିତ ଦାଶ, ଶିବପ୍ରସାଦ ପାତ୍ରଙ୍କ ସମେତ ହଜାର ହଜାର ବାଇକ ଓ ଚାରିଚକିଆ ଗାଡିର ଏକ ବିରାଟ ପଟୁଆର ପୁରୀ ଅଭିମୁଖେ ବାହାରିଥିଲା । ଏହି ଅବସରରେ ମା’ ମଙ୍ଗଳାଙ୍କ ଆଶୀର୍ବାଦ ରୁ କାକଟପୁର ମାଟିର ସେବା କରିବାକୁ ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି, ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ କାକଟପୁର ଗଢିବା ଦିଗରେ କାମ କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦମ୍ଭୋକ୍ତି ପ୍ରକାଶ କରିଥିଲେ l ବାଜା, ବାଣ ଓ ଡିଜେ ସାଙ୍ଗକୁ କର୍ମୀ ଙ୍କ ବାଇକି ଶୋଭାଯାତ୍ରା ଅସ୍ତରଙ୍ଗ ରୁ ପୁରୀ ପର୍ଯ୍ୟନ୍ତ ଭିଡ଼ ଭିତରେ ବିଜେଡି କର୍ମୀ ମାନେ ବେଶ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଥିଲା 

SPREAD YOUR LOVE WITH YOUR FRIENDS AND FAMILY

Leave a Reply