Home / ମୁଖ୍ୟ ଖବର / ଗଣେଶ ପୂଜାରେ କାକଟପୁରର ବିଭିନ୍ନ ସ୍ଥାନ ଉତ୍ସବ ମୁଖର

ଗଣେଶ ପୂଜାରେ କାକଟପୁରର ବିଭିନ୍ନ ସ୍ଥାନ ଉତ୍ସବ ମୁଖର

whatsapp image 2025 08 28 at 20.00.57 d0b74678

କାକଟପୁର ତା ୨୮/୮/୨୦୨୫ – (ତୁଷାର ଦୀକ୍ଷିତ ) – କାକଟପୁର ମୁଖ୍ୟ ବଜାରରେ ବିଭିନ୍ନ ପୂଜା ମଣ୍ଡପରେ ସନ୍ଧ୍ୟାରେ ଜମୁଛି ସାଂସ୍କୃତିକ କାଯ୍ୟକ୍ରମ। ଲକ୍ଷ୍ମୀ ବଜାର ରେ ମଙ୍ଗଳା ଅlଥଲେଟିକ ଆସୋସିଏସନ ପକ୍ଷରୁ ସନ୍ଧ୍ୟାରେ ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ଗଜାନନ ଙ୍କ ସକାଳ ଧୂପରେ ଖେଚୋଡି ଡାଲମା ନୈବେଦ୍ୟ କରାଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ସମସ୍ତ ସ୍କୁଲ ର କୁନି କୁନି ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ଆୟୋଜକ କ୍ଲବ ପକ୍ଷରୁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା କରାଯାଇଛି ବୋଲି କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ, ଉପଦେଷ୍ଟା କମଳ ଲୋଚନ ଦୀକ୍ଷିତ, କୋଷାଦକ୍ଷ ସୁଯ୍ୟକାନ୍ତ ଦୀକ୍ଷିତ ସୂଚନା ଦେଇଛନ୍ତି।ସେହିପରି ସର୍ବ ପୁରାତନ ଗଣେଶ ବଜାର ପକ୍ଷରୁ ବିଲୁପ୍ତ ଲୋକ କଳା ଘୋଡା ନାଚ କୁ ଉ୍ଜୀବିତ କରିବା ପାଇଁ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଶତାଧିକ ଦର୍ଶକ ଏହି ଘୋଡା ନାଚକୁ ମନଭରି ଉପଭୋଗ କରିଥିଲେ। ଆୟୋଜକ କମିଟି ର କାଯ୍ୟକାରୀ ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ମାନସ ଦୀକ୍ଷିତ,ନକୁଳ ସାହୂ, ଗଣେଶ ବେହେରା, ଅକ୍ଷୟ ଦୀକ୍ଷିତ, ବାଣୀ ପ୍ରସାଦ ବେହେରା, ବାଇଧର ସାହୂ,ବିଜୟ ଦାସ ପ୍ରମୁଖ ସୁଚାରୁପେ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply