Home / ମୁଖ୍ୟ ଖବର / ଚାଷୀଙ୍କ ବ୍ୟାଙ୍କ ଖାତା କୁ ଗଲା ୪୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା।

ଚାଷୀଙ୍କ ବ୍ୟାଙ୍କ ଖାତା କୁ ଗଲା ୪୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା।

whatsapp image 2025 08 27 at 20.32.48 e901b70f

ପୁରୀ, ୨୭/୮ – ନି.ପ୍ର : ସି ଏମ କିଶାନ ର କିସ୍ତି ଆଜି ପବିତ୍ର ଗଶେଣ ପୂଜା ଅବସରରେ ରାଜ୍ୟର କୃଷକ ମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି।ଆଜି ପୁରୀ ଜିଲ୍ଲାସ୍ତରୀୟ ସି.ଏମ କିଷାନ ଉତ୍ସବ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର କୃଷି ଓ କୃଷକ ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଦେଇଥିବା କଥା କୁ ପାଳନ କରିଛନ୍ତି।ଚାଷକୁ ଦ୍ବିଗୁଣିତ କରିବା ସହ କୃଷକ ଭାଇର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିଚାଲିଛନ୍ତି ବୋଲି ଡା ପାତ୍ର କହିଥିଲେ।

whatsapp image 2025 08 27 at 20.33.02 df39afca

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସିଏମ କିଶାନ ର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା। ପୁରୀ ଜିଲ୍ଲାର ମୋଟ ୨ ଲକ୍ଷ ୨୫ ହଜାର ୬୫୬ ଜଣ କ୍ଷୁଦ୍ର ଓ ନାମ ମାତ୍ର କୃଷକ ଏବଂ ୧୨୧୯ ଜଣ ଭୂମି ହୀନ କୃଷକ ଏହି କିସ୍ତିରେ ୨ହଜାର ଟଙ୍କା ହିସାବରେ ସି ଏମ କିଷାନ ସମ୍ମାନ ନିଧି ସହାୟତା ମାଧ୍ୟମରେ ୪୫,୩୭,୫୦୦୦୦ ଟଙ୍କା ପ୍ରାପ୍ତ କରିଛନ୍ତି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ବରିଷ୍ଠ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଓ କୃଷକ ର ବିକାଶ, ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା, ସହାୟତା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଉତ୍ସବ ରେ ଜିଲ୍ଲା କୃଷି ଅଧିକାରୀ, ସମସ୍ତ ବ୍ଲକ ସ୍ତରୀୟ ,ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ, କର୍ମଚାରୀ ଓ ୨୦୦ରୁ ଉର୍ଦ୍ଧ୍ବ କୃଷକ ମାନେ ଉପସ୍ଥିତ ଥିଲେ।କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସୁମିତ୍ରା ଆଚାର୍ଯ୍ୟ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply