Home / ମୁଖ୍ୟ ଖବର / ଶିଶୁବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଶିଶୁବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

whatsapp image 2025 12 23 at 11.45.08 pm

ପୁରୀ-୨୩/୧୨/୨୦୨୫ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ମାରୁତିନଗର,ପୁରୀର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଗୋପାଳପୁର ଛକ ସ୍ଥିତ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଫେସର ଡକ୍ଟର ମହେଶ୍ବର ଦାଶଙ୍କ ପୌରହିତରେ ଅନୁଷ୍ଠିତ ଊତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତ ସଂଘ ଚାଳକ ମାନନୀୟ ଶ୍ରୀଯୁକ୍ତ ସମୀର କୁମାର ମହାନ୍ତି,ମୁଖ୍ୟବ୍ଯକ୍ତା ଭାବେ ଶିକ୍ଷା ବିକାଶ ସମିତି ପୁରୀ ଜିଲ୍ଲା ସହ ପ୍ରମୁଖ ମାନନୀୟ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ,ସମ୍ମାନିତ ଅତିଥି ମାନନୀୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଥିଲେ ଦେଇ ଶିକ୍ଷା କ୍ଷେତ୍ରରେ ଆଗାମୀ ପିଢି ଅଧିକରୁ ଅଧିକ ପାରଦର୍ଶିତା ଲାଭ କଲେ ଦେଶ

image
image

ଆଗେଇ ଚାଲିବ ବୋଲି ମତବ୍ୟକ୍ତ କରିଥିଲେ।ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସ୍ଵାଗତ ଭାଷଣ ଦେବା ସହ ପରିଚୟ ପ୍ରଦାନ କରିଥିଲେ।ପ୍ରଧାନାଚାର୍ଯ୍ଯ ବିନୋଦ କୁମାର ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ।ସାହିତ୍ୟିକ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଶିଶୁ ଭାଇଭଉଣୀଙ୍କ ଦ୍ବାରା ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଚାର୍ଯ୍ଯା ସ୍ନେହଲତା ଦାସ,ଅନୀତା ଜେନା,ମିନତୀ ଦଳବେହେରା ସମେତ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କମିଟିର ସମସ୍ତ ସଦସ୍ଯ ଓ ମାତୃଭାରତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply