କାକଟପୁର ୭/୯/୨୦୨୫ ( ତୁଷାର ଦୀକ୍ଷିତ ) ରାଜ୍ୟ କୃଷିନୀତି ଉପରେ ରାଜ୍ୟ ସରକାର ଙ୍କ ତରଫରୁ ଯୁବ ଗୋଷ୍ଠୀ ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଏବଂ ସହାୟତା ରାଶି ଘୋଷଣା କରିଛନ୍ତି ଏହାକୁ କାର୍ଯ୍ୟ କ୍ଷମ କରିବା ଦିଗରେ ସରକାର ଚେଷ୍ଟିତ ଏହି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗ ସ୍ଥାପନ କରି ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବନ୍ଦୋବସ୍ତ କରାଯିବାର ଵେବସ୍ତା ମଧ୍ୟ ରହିଛି ,

ଆଜି ଏହି ପରିପ୍ରେକ୍ଷୀରେ କାକଟପୁର ଅନ୍ତର୍ଗତ ଶାରଳା ଆବାସିକ ମହାବିଦ୍ୟାଳୟ ରେ ଏକ ବର୍ଣାଢ ପରିବେଶରେ ଶାରଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପରିଡା, ଜଗତସିଂହପୁର ସାଂସଦୀୟ କ୍ଷେତ୍ରର ସାଂସଦ ପ୍ରତିନଧି ସୁଦର୍ଶନ ସ୍ୱାଇଁ, ସ୍ୱାବଲମ୍ବୀ ଭାରତ ଅଭିଯାନ ପୁରୀର କାର୍ଯ୍ୟ କର୍ତ୍ତା ରାଜେଶ କୁମାର ଦାସ, ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଯଥା କୁକୁଡ଼ା ଚାଷ, ଚିଙ୍ଗୁଡ଼ି, କଙ୍କଡା, ବରଫ କଳ ପ୍ରଭୁତି ମସ୍ଚ୍ୟ ଭିତ୍ତିକ ସମ୍ପଦ ଥିବା ବେଳେ ପ୍ରାଣୀ ସମ୍ପଦ ଉପରେ ଅଣ୍ଡା, ଘୁଷୁରୀ ପାଳନ, ବତକ, ଦେଶୀ ମାଈ ବାଛୁରୀ,ପ୍ରତିଷ୍ଠିତ ଦେଶୀ ପ୍ରଜାତି ର ମଇଁଷି ପାଳନ ଉଦ୍ୟାନ ଭିତ୍ତିକ ଉପରେ ଫୁଲ ଚାଷ, କାଜୁ ଚାଷ, କଦଳୀ ଅମୃତଭଣ୍ଡା, ସପୁରୀ, ନଡ଼ିଆ, ମହୁମାଛି ପାଳନ ଓ ବିଭିନ୍ନ ପନି ପାରିବା ଚାଷ କରିବା ଉପରେ ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବାକୁ ସରକାର ଙ୍କ ତରଫରୁ ଦିଆ ଯିବାର ଵେବସ୍ତା ମଧ୍ୟ କରାଯାଇଛି, ସରକାର ଙ୍କ ନିର୍ଦେଶ ଓ ବ୍ୟାଙ୍କ ନିୟମାବଳୀ ଅନୁଯାୟୀ ହିତାଧିକାରୀ ମାନେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରି ଏହାର ସୁବିଧା ପାଇ ପାରିବାର ଉପଲବ୍ଧ ମଧ୍ୟ ରହିଛି, ଏହି ଆଲୋଚନା ରେ ଅଂଶ ଗ୍ରହଣ କରି ଯୁବ ବର୍ଗ ଙ୍କୁ ସନ୍ଦେଶ ଦେଇଛନ୍ତି ଅତିଥି ମାନେ, ଏହି ଆୟୋଜିତ ସଭା ରେ ଛାତ୍ର, ଯୁବକ, ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ,











