Home / ମୁଖ୍ୟ ଖବର / ନୟାଗଡ଼ ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ।

ନୟାଗଡ଼ ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ।

whatsapp image 2025 09 07 at 19.29.09 a22380e1

ନୟାଗଡ,ତା-୭.୯.୨୫.ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ର ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୂଲ୍ୟ ମହାନ୍ତିଙ୍କ ପରଲୋକରେ ନୟାଗଡ଼ ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

whatsapp image 2025 09 07 at 19.22.59 d68fc2c9

ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୂଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୂଲ୍ୟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି କହି ଆସୁଥିଲେ । ନୟାଗଡ଼ ପ୍ରତି ତାଙ୍କର ଅହେତୁକ ଭଲପାଇବା, ନୟାଗଡ଼ ବାସୀଙ୍କ ପ୍ରତି ଆବେଗ ସର୍ବଦା ପ୍ରତିପାଦିତ ହୋଇ ଆସିଛି । ସେ ଜଣେ ସମୟାନୁବର୍ତ୍ତୀ, ସୁନାମଧନ୍ୟ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ ବୋଲି ଅନେକ ମତ ରଖିଛନ୍ତି । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ଅମୂଲ୍ୟ ମହାନ୍ତି ମୃତ୍ୟୁକୁ ଜିତିଗଲେ ବୋଲି କହିଛନ୍ତି । ତାଙ୍କ ମୃତ୍ୟୁ ନିକଟତର ବୋଲି ଜାଣିବା ପରେ ବି ସେ ଦାମ୍ଭିକ ଭାବେ ସମସ୍ତଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ସୁନ୍ଦର ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ଉତ୍ସର୍ଗିକୃତ ମନୋଭାବ ରଖିଥିଲେ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାସ ଚନ୍ଦ୍ର କଅଁର, ବରିଷ୍ଠ ନାଗରିକ ବିଶ୍ୱନାଥ ନାୟକ, ରୁଦ୍ରପ୍ରସନ୍ନ ରଥଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ରହିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply