ପୁରୀ,ପ୍ରଗତି ଅନୁଷ୍ଠାନ ତରଫରୁ ସମୁଦ୍ର କୁଳ ସ୍ଥିତ ଗଜପତି ହୋଟେଲ ରେ ଗୁରୁଦିବସ ପାଳିତ ହୋଇଯାଇଛି |ଏହି ପବିତ୍ର ଦିବସ ଅବସରରେ ଛାତ୍ର ମାନଙ୍କ ତରଫରୁ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ପୂର୍ବରୁ ଅନୁଷ୍ଠାନ ତରଫରୁ ଆୟୋଜିତ ଚିତ୍ରାଙ୍କନ,ଗଳ୍ପ ଏବଂ ନୃତ୍ୟ ଆଦି ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ନଳିନୀ କାନ୍ତ ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିକ୍ଷାବିତ ପ୍ରଦୀପ କୁମାର ପାଣିଗ୍ରାହୀ, ଆଡ଼ଭୋକେଟ ରାମକୃଷ୍ଣ ପରିଡା.

ବନାଟି ଆଚାର୍ଯ୍ୟ ତଥା ବରିଷ୍ଠ ସାମ୍ବାଦିକବିଷ୍ଣୁଦତ୍ତ ଦାସ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ |ଅତିଥି ମାନେ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ କୁ ଆହୁରି ନିବିଡ କରିବା ସହିତ ଗୁରୁଙ୍କୁ ସଦାସର୍ବଦା ଶ୍ରେଷ୍ଠ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଥିଲେ | କାର୍ଯ୍ୟକ୍ରମ କୁ ସମ୍ପାଦକ ଅମର ମହାପାତ୍ର ପରିଚାଳନା କରିଥିଲେ |











