Home / ମୁଖ୍ୟ ଖବର / ଓଡ଼ିଶାର ଆୟୁଷ୍ ମହାପାତ୍ର ‘ହଣ୍ଡ୍ରେଡ୍‌’ ଯୁବ ରାଷ୍ଟ୍ରଦୂତ ୨୦୨୫ ଭାବେ ମନୋନୀତ

ଓଡ଼ିଶାର ଆୟୁଷ୍ ମହାପାତ୍ର ‘ହଣ୍ଡ୍ରେଡ୍‌’ ଯୁବ ରାଷ୍ଟ୍ରଦୂତ ୨୦୨୫ ଭାବେ ମନୋନୀତ

whatsapp image 2025 09 07 at 20.53.57 7b3fad92

ପୁରୀ, ଓଡ଼ିଶା, ୦୮/୦୯/୨୦୨୫: ପୁରୀର ୧୭ ବର୍ଷୀୟ ସ୍ପିଡ୍ ପେଣ୍ଟର୍ ଆୟୁଷ୍ ମହାପାତ୍ର ଙ୍କୁ ହଣ୍ଡ୍ରେଡ୍‌ ଯୁବ ରାଷ୍ଟ୍ରଦୂତ (Hundred Youth Ambassador 2025) ଭାବେ ୟୁରୋପ (ଫିନଲ୍ୟାଣ୍ଡ୍‌ର)ରେ ଅନ୍ତର୍ଜାତୀୟ ସଂସ୍ଥା “ହଣ୍ଡ୍ରେଡ୍‌” ଦ୍ୱାରା ଚୟନ କରାଯାଇଛି। ସେ ବିଶ୍ଵ ରୁ ୧୦୦ ଜଣ ଙ୍କ ମଧ୍ୟରୁ ଥିବାବେଳେ, ଭାରତରୁ ୧୭ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ହେଉଛନ୍ତି ଆୟୁଷ। ସ୍ପିଡ୍ ପେଣ୍ଟିଂ ମାଧ୍ୟମରେ କେବଳ କିଛି ମିନିଟ୍‌ରେ କ୍ୟାନଭାସ୍‌ ଉପରେ ଓଲଟା ପେଣ୍ଟିଂ କରିବାରେ ସେ ପରିଚିତ। ସେ ପେଣ୍ଟିଂ ସହିତ, ବିଗତ ପାଞ୍ଚ ବର୍ଷ ଧରି ପ୍ରତ୍ୟେକ ରବିବାର ପୁରୀର ଉତ୍କଳ ବାଳାଶ୍ରମର ଅନାଥ ଓ ଅବହେଳିତ ଶିଶୁଙ୍କୁ ନି:ଶୁଲ୍କରେ ଚିତ୍ରକଳା ଶିଖାଉଛନ୍ତି । ସେମାନଙ୍କୁ ସେ କେବଳ ଚିତ୍ରାଙ୍କନ ପ୍ରଣାଳୀ ଶିଖାଇନାହାନ୍ତି ବରଂ ଦୟା, ପ୍ରକୃତି ପ୍ରେମ, ସୃଜନଶୀଳ ଚିନ୍ତାଧାରା ଓ ଖୋଲା ମନରେ ବିଶ୍ୱକୁ ବୁଝିବାର ପାଠ ମଧ୍ୟ ଦେଇଥାନ୍ତି। ଆୟୁଷ୍ ଆର୍ଟ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ଭାବେ ସେ କଳାକୁ ସମାଜ, ପରିବେଶ ଏବଂ ସାମ୍ପ୍ରଦାୟିକ ସଚେତନତା ପ୍ରଚାରରେ ବ୍ୟବହାର କରୁଛନ୍ତି। ଆୟୁଷ୍ କହିଲେ – “ଚିତ୍ରକଳା ବିଶ୍ୱର ସାଧାରଣ ଭାଷା। ଏହା ମାଧ୍ୟମରେ ମୁଁ ସମାଜକୁ ଶିକ୍ଷା, ପ୍ରେରଣା ଓ ସଚେତନତା ଦେବାକୁ ଚାହେଁ।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply