Home / ମୁଖ୍ୟ ଖବର / ସମ୍ବାଦ – ଆମ ଓଡ଼ିଶା ‘ ପକ୍ଷରୁ ନ଼ୟାଗଡର ୨ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୫ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।

ସମ୍ବାଦ – ଆମ ଓଡ଼ିଶା ‘ ପକ୍ଷରୁ ନ଼ୟାଗଡର ୨ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୫ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।

portalnewsthumbnail

ନ଼ୟାଗଡ,ତା- ୮.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ନ଼ୟାଗଡରେ ଆୟୋଜିତ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ଭାଗ ନେଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକର ଦୁଇଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମୋଟ ୩୨୦ ଜଣ ଛାତ୍ରଛାତ୍ରୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟ , ସାଲୁଣୀରେ ୧୯୧ ଜଣ ଭାଗ ନେଇଥିଲେ।

whatsapp image 2025 09 08 at 19.30.59 6d61419d

ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୧୭୨ ଜଣ ଚିତ୍ରାଙ୍କନ‌ରେ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୧୦୧ ଓ ଭାଷାଜ୍ଞାନରେ ୪୭ ଜଣ ଭାଗ ନେଇଥିଲେ। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ସାଲୁଣୀରେ ଚିତ୍ରାଙ୍କନରେ ୮୫, ହସ୍ତାକ୍ଷରରେ ୭୧ ଓ ଭାଷାଜ୍ଞାନରେ ୩୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବାଦ ଜିଲ୍ଲା ପ୍ରତିନିଧି ସନ୍ଦୀପ କୁମାର ଲେଙ୍କାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରାମକୃଷ୍ଣ ରଥ
ପରିଚାଳନା କରିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ଅଧ୍ୟାପକ ମହମ୍ମଦ ଓମାର ମଲିକ, ଶିକ୍ଷକ ସୁଦର୍ଶନ ପ୍ରଧାନ, ଗୋସ୍ବାମୀ ଦାସ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କନକ ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ କୁମାର ରଥ, ପ୍ରଜାତନ୍ତ୍ରର ସାମ୍ବାଦିକ ରଜତ ପଟ୍ଟନାୟକ, ସାମ୍ବାଦିକ ସ୍ୱରୂପ ପଟ୍ଟନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ ,ସମସୁର ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply