ପୁରୀ – ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡ଼ିଶା ପୁରୀ ଆନୁକୁଲ୍ୟରେ ବିଶିଷ୍ଟ ଚିକିତ୍ସକ ତଥା ନାଟ୍ୟକାର ଡାକ୍ତର ରାଧାକାନ୍ତ ମହାପାତ୍ରଙ୍କର ୮୮ତମ ଜନ୍ମ ଦିବସ ଅବସରରେ ତାଙ୍କ ଦ୍ଵାରା ଲିଖିତ ପୌରାଣିକ ନାଟକ ” ଅଶୁଭ କନ୍ୟା ” ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ବରିଷ୍ଟ ମୁଖପାତ୍ର ସଜ୍ଜନ ଶର୍ମା ଯୋଗଦେଇ କହିଲେ ଡାକ୍ତର ମହାପାତ୍ର ଅଶୁଭ କନ୍ୟା ବ୍ୟତୀତ ଅର୍କକ୍ଷେତ୍ର, କାନଫୁଲ ଓ ପୂର୍ଣ୍ଣାହୁତି ପ୍ରଭୁତି ଅନେକ ନାଟକ ରଚନା କରିଛନ୍ତି । ତାଙ୍କର ସମସ୍ତ ନାଟକ ଆକାଶବାଣୀ ମାଧ୍ୟମରେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବିଶେଷ କରି ସେ ଜଣେ ସଫଳ ଚିକିତ୍ସକ ଭାବେ ସେତେବେଳେ ସମାଜରୁ ବିତାଡିତ କୁଷ୍ଠ ରୋଗୀଙ୍କ ସେବା କରିବା ସହ ତାଙ୍କର ଥଇଥାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନ୍ୟତମ ପ୍ରମୁଖ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ଯୋଗଦେଇ ଡାକ୍ତର ମହାପାତ୍ରଙ୍କ ସମାଜ ପ୍ରତି ଅବଦାନ ଏବଂ ଉତ୍ସରିଗିକୃତ ସେବା ବିଷୟରେ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସତ୍ୟବାଦୀର ଇତିହାସକାର ଭୀମସେନ ମହାପାତ୍ର ,ପ୍ରାଧ୍ୟାପକ ପୁର୍ଣଚନ୍ଦ୍ର ମହାପାତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ କୃଷ୍ଣ ଚନ୍ଦ୍ର ସାମନ୍ତରାୟ , ଆଦିତ୍ୟ ବାହିନୀର ଜାତୀୟ ଶାଖା ମୁଖ୍ୟ ମାତୃ ପ୍ରସାଦ ମିଶ୍ର , ଶିକ୍ଷାବିତ୍ ବିଜୟଲକ୍ଷ୍ମୀ ଦାଶ, ପଣ୍ଡିତ ସଦାଶିବ ମିଶ୍ର ଓ ବରିଷ୍ଟ ଆଇନଜୀବୀ ପୁଷ୍କର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଉତ୍ସବରେ ଅଧ୍ୟକ୍ଷତା ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ। ଏହି ଅବସରରେ ପୌରାଣିକ ନାଟକ ଅଶୁଭ କନ୍ୟା ଉନ୍ମୋଚନ ହୋଇଥିବା ବେଳେ ପୁରୀ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଦ୍ଵାରା ଡାକ୍ତର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶୁଭ ଅବସରରେ ଡାକ୍ତର ମହାପାତ୍ରଙ୍କ ଧର୍ମପତ୍ନୀ ସୁନନ୍ଦା ଦେବୀ, ପୁତ୍ର ବିନୟ ନୃସିଂହ ମହାପାତ୍ର , ବୋହୂ ଶିକ୍ଷୟିତ୍ରୀ ଜ୍ୟୋତି ମିଶ୍ର , ନାତି ଅଂଶୁମାନ ମହାପାତ୍ର ,ସାଇ ସୁମନ ମହାପାତ୍ର ଓ ନାତୁଣୀ ବୋହୂ କବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରୁଚିସ୍ମିତା ଜଗଦେବ ମହାପାତ୍ର, ଗୁଣ୍ଡିଚା ବରାଳ, ଅଜୟ କୁମାର ଦାଶ, ମାନସୀ ରଥ , ରାଜ କିଶୋର ମହାନ୍ତି ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଦେବଦତ୍ତ ମହାପାତ୍ର ।











