ପୁରୀ : ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ପୁରୀ ଏଵଂ ଚିତ୍କାର ବିଶ୍ଵବିଦ୍ୟାଳୟ ଫାଇନ ଆର୍ଟ ବିଭାଗ ର ମିଳିତ ଆନୁକୁଲ୍ୟରେ ଉତ୍ତର ଦ୍ଵାର ନିକଟ ରେ ଚିତ୍ରକଳା ସିବିର ଓ ଜଗନ୍ନାଥ ସଂସ୍କୃତି କୁ ଆଧାର କରି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ତା ୧୩/୦୯/୨୦୨୫ ରିଖ ଅପରାହ୍ନ ୪.୩୦ ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା ଏବଂ ତା୧୪/୦୯/୨୦୨୫ ରିଖ ସକାଳ ୬.୩୦ ମଧ୍ୟରେ ବେଳା ଭୂମି ରେ ଉଦ୍ଯାପନି କରାଯିବ ।

ଏଥିରେ ପ୍ରଫେସର ଡକ୍ଟର ରଞ୍ଜନ ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ରେ ୧୯ ଜଣ କଳା ଛାତ୍ର ଛାତ୍ରୀ ଓ କଳା ଶିକ୍ଷକ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶଶି କଳା ସିଂହ, ଡକ୍ଟର ରାହୁଲ ଧିମନ୍, ମିଷ୍ଟର ରମନ୍, ରେସର୍ଚ୍ଚ ଆସିଷ୍ଟାଣ୍ଟ ମିସ୍ ସ୍ମୃତି ଏଵଂ ମିସ୍ ବିଧି ଗାର୍ଗ ଏଵଂ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟଳୟ ର ଅଧକ୍ଷ ଡକ୍ଟର ଦୁର୍ଗା ମାଧବ କର ଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଶ୍ରୀଯୁକ୍ତ ଅନନ୍ତ ପ୍ରଧାନ ଏହି ଶିବିର ଓ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ।











