କାକଟପୁର ୧୫/୫ :- ( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗ୍ରାମର ଚନ୍ଦ୍ରଶେଖର ପରିଡା ନିଜ ଗ୍ୟାରେଜ ରେ ତାଙ୍କ OD13A6511 ( ସ୍ପ୍ଲେଣ୍ଡରପ୍ଲସ ) ମୋଟର ବାଇକ ଟିକୁ ରଖି ଘରକୁ ଯାଇଥିବାବେଳେ ଗତକାଲି ରାତ୍ରି ରେ କୋଣସି ଅଜଣା ଦୁର୍ବୁର୍ତ୍ତ ଗ୍ୟାରେଜ କବାଟ ଭାଙ୍ଗି ଚୋରିକରି ନେଇଥିବା ଗାଡି ମାଲିକ ଶ୍ରୀ ପରିଡା କାକଟପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ଙ୍କ ନିଁର୍ଧେଶ କ୍ରମେ ଥାନା ଏଏସଆଇ ପ୍ରମୋଦ କୁମାର ସେଠୀ, ଏସଆଇ ଗୌରୀଶଙ୍କର ସେଠୀ ବିଭିନ୍ନ ସ୍ଥାନ ଚଢ଼ାଉ କରିବାବେଳେ ପ୍ରାଚୀ ବିହାର ର ମୋଷ୍ଟ ୱାଣ୍ଟେଡ ବାଇକ ଚୋର ଗଗନ ବିହାରୀ ଛୁଆଳ ସିଂହ ଓରଫ ଗୁନ କୁ ଚୋରା ବାଇକ ସହିତ ଚୋରୀ ରେ ବ୍ୟବହୃତ ହାତୁଡି କୁ ଜବତ କରିଵା ସହିତ ଚୋର କୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଏ ସଂକ୍ରାନ୍ତ ରେ କାକଟପୁର ଥାନା ରେ ଏକ ମାମଲା ରୁଜୁ କରାଯାଇ ଥାନା କେସ ନମ୍ବର 274/2025 ରେ ପୋଲିସ ଘଟଣା ର ତଦନ୍ତ କରୁଛି l ଏଠାରେ ସୂଚନା ଥାଉକି ଗଗନ ବିହାରୀ ଓରଫ ଗୁନ ର ନିଜ ଘର ଖୋର୍ଦ୍ଧା ଜିଲ୍ଲା ଗଡ଼ମାଣତିରି ଅଂଚଳରେ ହୋଇଥିବାବେଳେ, କାକଟପୁର ପ୍ରାଚୀ ବିହାର ଠାରେ ରହି ଏକାଧିକ ଚୋରୀ ମାମଲା ରେ ତା’ର ସମ୍ପୃକ୍ତି ରହିଥିବା ପୋଲିସ ପ୍ରକାଶ କରିଛି l ଆଜି ତା’ର ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡା ଜେଲ କୁ ପଠାଇ ଦିଆଯାଇଛି









