କଣାସ ତା୧୯/୦୯ – କଣାସ ବ୍ଲକ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ସପ୍ତାହ ପାଳିତ ହୋଇ ଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ମୌଳିକ ସ୍ତରରେ ମୌଳିକ ଭାଷା ଓ ସଂଖ୍ଯା ଜ୍ଞାନ ଉପରେ ଅନେକ ଶିକ୍ଷଣ କାର୍ଯ୍ୟ ନିପୁଣ ସପ୍ତାହରେ ଅନୁଷ୍ଠିତ ହୋଇ ଥିଲା। ସପ୍ତାହର ପ୍ରଥମ ଦିନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି ଥିଲେ। ଏଫ.ଏଲ.ଏନ୍. ଶିକ୍ଷୟିତ୍ରୀ ମମତା ମୁର୍ମୁ ଓ ଚାରୁଲତା ଦେଈ ଶିକ୍ଷଣ କାର୍ଯ୍ୟ ସଂପାଦନା କରିଥିଲେ।

ସହକାରୀ ଶିକ୍ଷକ ସିଦ୍ଧେଶ୍ବର ବେହେରା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତରେ ସହାୟତା କରିଥିଲେ। ପ୍ରଥମ ଦୁଇ ଦିନ ସଂଖ୍ଯା ଜ୍ଞାନ ଉପରେ ଗଳ୍ପ କଥନ,ପ୍ରହେଳି,ଗଣିତ ଖେଳ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଦିବସରେ ଚିତ୍ର କରିବା,ରଙ୍ଗ ଦେବା, ଇନ୍ଦ୍ରିୟକୁ ଜାଣିବା,ଆସ କଥା ହେବା,ଖେଳ,ଖାଦ୍ୟାଭ୍ୟାସ, ଲେଖ ଅଭିନୟ କର, ଧନ୍ଦା ଓ ପ୍ରହେଳି ହୋଇ ଥିବା ବେଳେ ଚତୁର୍ଥ ଦିବସରେ କବିତା ଆବୃତ୍ତି, ଆସ ଶୁଣିବା ଛବି ଖୋଜିବା, ମୋ କଥା ମାନ,ଶବ୍ଦ ଗଠନ, ମୂର୍ତ୍ତି ଖେଳ, ଅଭିନୟ ଆଦି ଶିକ୍ଷଣ କାର୍ଯ୍ୟ ହୋଇ ଥଲା। ପଞ୍ଚମ ଦିବସରେ ପିତାମାତା ଓ ଗୋଷ୍ଠୀ ସହ ମିଳିତ ଶିକ୍ଷଣ କାର୍ଯ୍ୟ ସଂପାଦିତ ହୋଇ ଥିଲା। ଏହି ଦିବସରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ସମସ୍ତଙ୍କୁ ସ୍ବାଗତ କରି ଥିଲେ। ପିଲାମାନଙ୍କୁ ରିପୋର୍ଟ କାର୍ଡ଼ ପ୍ରଦାନ କରାଯାଇଥିଲା। ପିତାମାତା ଓ ପିଲାମାନେ ମିଶି ଗଳ୍ପ କଥନ କାର୍ଯ୍ୟ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।











