Home / ମୁଖ୍ୟ ଖବର / ଦ ବେଲ୍ ତରଫରୁ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ

ଦ ବେଲ୍ ତରଫରୁ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ

whatsapp image 2025 09 20 at 20.27.10 0e42ddc7

ପୁରୀ(୨୦/୯/୨୫)ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଓ ଫୋରମ୍ ଫର୍ ପିପୁଲ୍ ଆଣ୍ଡ ନେଚର ,ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ପୁରୀ ବେଳା ଭୂମିରେ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ ପାଳିତ ହୋଇ ଯାଇଛି।ଲାଇଟ୍ ହାଉସ ସାମ୍ନା ବେଳା ଭୂମି ଠାରେ ଆୟୋଜିତ ଏହି ସାଙ୍କେତିକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଆଇ ଏଫ୍ ଏସ ସୁରେଶ କୁମାର ମିଶ୍ର,ଆଇ ଏଫ୍ ଏସ ନିମାଇଁ ଚରଣ ମହାନ୍ତି,ବରିଷ୍ଠ ପରିବେଶ ବିଜ୍ଞାନୀ ମିହିର ପଟ୍ଟନାୟକ,ଓ ଏଫ୍ ଏସ ଶିବ କୁମାର ମିଶ୍ର ,ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ପ୍ରଭୃତି ଯୋଗ ଦେଇ ପରିବେଶ ସନ୍ତୁଳନ ପାଇଁ ସାମୁଦ୍ରିକ ଯିବର ସୁରକ୍ଷା ସହିତ ବେଳା ଭୂମିର ସ୍ୱଚ୍ଛତା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ।ଏଥି ସହିତ ବେଳା ଭୂମିକୁ ଡଷ୍ଟବିନ୍ ନଭାବି ଏହାର ପବିତ୍ରତା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।

whatsapp image 2025 09 20 at 20.27.09 b4cdff9a

ଏହି ଅବସରରେ ସ୍ୱଚ୍ଛତା ଦିଗରେ ବିଶେଷଭାବେ କାର୍ଯ୍ୟ କରୁଥିବା ପୁରୀ ବିଚ୍ ଫଟୋ ଗ୍ରାଫର୍ ମହସଂଘକୁ ଦ ବେଲ୍ ତରଫରୁ ସ୍ବର୍ଣ୍ଣାଭ ବେଳାଭୂମି ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ବରିଷ୍ଠ ମତ୍ସ୍ୟ ଯିବି ବୁଲା ବେହେରାଙ୍କୁ ରତ୍ନାକର ସମ୍ମାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟ କ୍ରମରେ ପୁରୀ ଜିଲ୍ଲା କିନ୍ନର ମହାସଙ୍ଘ୍,ପୁରୀ ବିଚ୍ ଫଟୋ ଗ୍ରାଫର ମହାସଂଘ୍,ଶ୍ରୀ ଜଗନ୍ନାଥ ଚାରି ଟେବଲ ଟ୍ରଷ୍ଟ,କଳିଙ୍ଗ ସ୍ମାର୍ଟ ସ୍କୁଲ ,କ୍ଷେତ୍ର ମୋହନ ଫାଉଣ୍ଡେସନ ,ବୁଢୀମା ମତ୍ସ୍ୟଜୀବୀ ସମବାୟ ସମିତି ପ୍ରଭୃତି କର୍ମକର୍ତ୍ତା ଓ ଏକଲବ୍ୟ ପାଠ ଶାଳା ଛାତ୍ର ଛାତ୍ରୀ ସାମିଲ ହୋଇ ବେଳାଭୂମି ସଫେଇ କରିଥିଲେ।କାର୍ଯ୍ୟକ୍ରମ କୁ ବେଲ୍ ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ପରିଚାଳନା କରିଥିଲେ। ସମ୍ପାଦକ ରାଜ କିଶୋର ପାତ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ।

whatsapp image 2025 09 20 at 20.27.10 c6eb2dee

SPREAD YOUR LOVE WITH YOUR FRIENDS AND FAMILY

Leave a Reply