Home / ସାମାଜିକ / ଉତ୍କର୍ଷ ନିମାପଡା କନକ୍ଲେଭ ୨୦୨୫ ଶୁଭାରମ୍ଭ କଲେ ରାଜ୍ୟପାଳ।

ଉତ୍କର୍ଷ ନିମାପଡା କନକ୍ଲେଭ ୨୦୨୫ ଶୁଭାରମ୍ଭ କଲେ ରାଜ୍ୟପାଳ।

nim 1

ନିମାପଡା/ପୁରୀ:୪/୬ (ତୃପ୍ତିମୟୀ ଜେନା)- ଆଜି ଠାରୁ ନିମାପଡା ନୂତନ ବାରବାଟୀ ପଡିଆ ଇଣ୍ଡୋର ଷ୍ଟାଡିୟମ ଠାରେ ଦୁଇ ଦିନିଆ ଉତ୍କର୍ଷ ନିମାପଡା କନକ୍ଲେଭ ୨୦୨୫ର ଶୁଭାରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଏହାର ଶୁଭ ଉଦଘାଟନ କରିବା ସହ ଉତ୍କର୍ଷ ନିମାପଡା ୱେବସାଇଟ ର ଅନାବରଣ କରିଥିଲେ।ନିଜ ବକ୍ତବ୍ୟ ରେ ରାଜ୍ୟପାଳ ଉତ୍କର୍ଷ ନିମାପଡା ଏକ ସ୍ୱତନ୍ତ୍ର ତଥା ଦୂରଦୃଷ୍ଟିସଂପନ୍ନ ଯୋଜନା।ଏହା ନିମାପଡା ଅଞ୍ଚଳର ସାମଗ୍ରିକ ବିକାଶ ଓ ସାମୁହିକ ପ୍ରଗତି ରେ ସହାୟକ ହେବ ବୋଲି କହିଥିଲେ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରଭାବଶାଳୀ ନେତୃତ୍ବ ଏହାକୁ ସାକାର କରିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇ ରାଜ୍ୟପାଳ ପୁଣି କହିଥିଲେ ଯେ ନିମାପଡା ର ଏକ ସ୍ବତନ୍ତ୍ର ପରିଚୟ ରହିଛି।ସଂସ୍କୃତି, ସଂଗ୍ରାମ, ଆଧ୍ୟାତ୍ମିକତା ଶକ୍ତି ରେ ଏହା ଭରପୁର।

whatsapp image 2025 06 04 at 23.30.19 0ed20b31

କୋଣାର୍କ ମନ୍ଦିର, ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ର ବେଳାଭୂମି, କାକଟପୁର ମା ମଙ୍ଗଳା ମନ୍ଦିର ନିମାପଡା ଅଞ୍ଚଳର ପବିତ୍ର ସ୍ଥାନ।ଆଜିର ଏହି କନକ୍ଲେଭ ଏକ ମହାପର୍ବ ପରି,ଯାହା ନିମାପଡା କୁ ଏକ ନୂଆ ଦିଶା ଓ ଜାଗରଣ ଦେବ।ପ୍ରତିଭାର ଉନ୍ମେଷ କରିବ।ଏହି ଜାଗରଣ ଦ୍ଵାରା ବିକାଶ ତ୍ବରାନ୍ବିତ ହେବ।ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ କୁ ସାକାର କରିବାରେ ଏହି କନକ୍ଲେଭ ଉପାଦେୟ ସାବ୍ୟସ୍ତ ହେବ।କଠିନ ପରିଶ୍ରମ କୁ ଆମେ ସମ୍ମାନ ଦେବା।ଜନସାଧାରଣ, କୃଷକ ଆମର ଶକ୍ତି ,ମହିଳା ମାନେ ଆମ ସମ୍ବଳ,ଯୁବ ଶକ୍ତି ଆମ ସାମର୍ଥ୍ୟ।ଯାହାକୁ ବିନିଯୋଗ କରି ଆମେ ସଫଳ ହେବା।ନିମାପଡା ଗୋପ ର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ କରିବା ବୋଲି ରାଜ୍ୟପାଳ ମତ ଦେବା ସହ କନକ୍ଲେଭ ର ସଫଳତା କାମନା କରିଥିଲେ।ଏଥିରେ ଅଧ୍ୟକ୍ଷତା କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି କନକ୍ଲେଭ ଏକ ଜାଗରଣ ଯାହା ନିମାପଡ଼ା ବିକାଶ ରେ ସହାୟକ ହେବ ବୋଲି କହିଥିଲେ।ଏହି କନକ୍ଲେଭ ମାଧ୍ୟମରେ ବିଭିନ୍ନ ବିଭାଗର କାର୍ଯ୍ୟ ଖସଡାକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ରେ ଏକ ଫଳପ୍ରସୂ ଆଲୋଚନା କରାଯାଇ ତାହାର ନିର୍ଯ୍ୟାସ ଆଧାର ରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।ଯାହାକୁ ଆଧାର କରି ୨୦୩୬ ସୁଦ୍ଧା ବିକଶିତ ଓଡିଶା ପାଇଁ ନିମାପଡା ଏକ ସମୃଦ୍ଧ ଶକ୍ତି ଭାବେ ଉପସ୍ଥାପିତ ହୋଇ ପାରିବ।

whatsapp image 2025 06 04 at 23.30.12 c485998d

ଏଥିପାଇଁ ସମସ୍ତ ଙ୍କ ସହଭାଗିତା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଅନୁରୋଧ କରିଥିଲେ।ଅନ୍ୟତମ ଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଯେତିକି ଜରୁରୀ ବିକଶିତ ଓଡ଼ିଶା ପାଇଁ ସମସ୍ତ ଅଞ୍ଚଳ ର ବିକାଶ ସେତିକି ଜରୁରୀ।ଏହି କନକ୍ଲେଭ ମାଧ୍ୟମରେ ନିମାପଡା ବିକଶିତ ହେବାର ଭିତ୍ତିଭୂମି ସୁଦୃଢ ହୋଇଛି ଯାହା ର ଶ୍ରେୟ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଯିବ ବୋଲି ସେ କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ମିଶନ ଶକ୍ତି ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଏହି ଅବସରରେ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ୨ ରେ ସଫଳ ହୋଇଥିବା ପ୍ରତିଯୋଗୀ, ଅନ୍ୟାନ୍ୟ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତି ବିଶେଷ, ଲକ୍ଷ ପତି ଦିଦି ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

whatsapp image 2025 06 04 at 23.30.15 2a64ca9e

ଶେଷରେ ନିମାପଡା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।ପ୍ରାରମ୍ଭରେ ରାଜ୍ୟପାଳ ପିଏମ ଶ୍ରୀ ନିମାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଯବାନ ମାନଙ୍କ ସମ୍ମାନାର୍ଥେ ଏକ ପେଡ ସେନା କେ ନାମ ଆଧାର ରେ ଚାରା ରୋପଣ କରିଥିଲେ।ପରେ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରିଥିଲେ।ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର,ଉପ ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଅଧିକାରୀ ମନୋଜ କୁମାର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ କାର୍ଯ୍ୟ ରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY