Home / ମୁଖ୍ୟ ଖବର / ପୁରୀ ଶିଶୁ ମଙ୍ଗଳ ସମିତିର ଅନନ୍ୟ ସଫଳତା

ପୁରୀ ଶିଶୁ ମଙ୍ଗଳ ସମିତିର ଅନନ୍ୟ ସଫଳତା

portalnewsthumbnail

ପୁରୀ: ୩/୧୦/୨୦୨୫- ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା. ଅଜିତ କୁମାର ମହାପାତ୍ର, ବାଳିକାମାନଙ୍କ ଅଧିକାର ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ କରିଥିବା ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ, ସର୍ବଭାରତୀୟ ସ୍ତରରେ “ଅଷ୍ଟମ ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ୍ ଆୱାର୍ଡ ୨୦୨୫” ପ୍ରଥମ ରନର୍-ଅପ୍ ସମ୍ମାନରେ ବିଭୂଷିତ ହୋଇଛନ୍ତି। ଏହି ଗୌରବମୟ ସଫଳତା ପାଇଁ ଡ଼ା. ମହାପାତ୍ରଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ଶିଶୁ ଅଧିକାର କର୍ମୀ ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ନିକଟରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

ଗତବର୍ଷ, ଡ଼ା. ମହାପାତ୍ରଙ୍କ ସକ୍ରିୟ ନେତୃତ୍ୱରେ ପୁରୀ ଶିଶୁ ମଙ୍ଗଳ ସମିତି, ଦେଶର ସମସ୍ତ ଶିଶୁ ମଙ୍ଗଳ ସମିତିମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି, “ସପ୍ତମ ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ୍ ଆୱାର୍ଡ ୨୦୨୪” ଜିତିଥିଲା, ଯାହା ପୁରୀ ଜିଲ୍ଲା ଓ ସମଗ୍ର ଓଡ଼ିଶା ପାଇଁ ଏକ ଅସାଧାରଣ ଗୌରବ ରୂପେ ପରିଗଣିତ ହୋଇଥିଲା। ରାଜ୍ୟ ସ୍ତରରେ, ପୁରୀ ଶିଶୁ ମଙ୍ଗଳ ସମିତି, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ରୋଟାରୀ ଇଣ୍ଟରନେସନାଲ୍ ଭଳି ଅନେକ ସରକାରୀ ଓ ବେସରକାରୀ ସଂଗଠନଙ୍କ ଦ୍ୱାରା ଉଚ୍ଚ ପ୍ରଶଂଶିତ ହୋଇ ବିଭିନ୍ନ ସମ୍ମାନ ପ୍ରାପ୍ତ କରିଛି। ପୁରୀ ଶିଶୁ ମଙ୍ଗଳ ସମିତି, ଏହି ସମସ୍ତ ଉଲ୍ଲେଖନୀୟ ଅବଦାନ ଓ ସଫଳତା ସହିତ, ଦେଶରେ ଏକ ଅଗ୍ରଣୀ ଓ ଅନନ୍ୟ ଶିଶୁ ସୁରକ୍ଷା ସଂଗଠନ ଭାବେ ନିଜ ସ୍ଥାନକୁ ସୁଦୃଢ଼ କରିପାରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply