Home / ମୁଖ୍ୟ ଖବର / କାଶୀନାଥ ମିଶ୍ର ଙ୍କ ପରଲୋକ

କାଶୀନାଥ ମିଶ୍ର ଙ୍କ ପରଲୋକ

portalnewsthumbnail

ପୁରୀ ତା ୩/୧୦/୨୦୨୫ – ବରିଷ୍ଠ ଆଇନଜୀବୀ, ସମାଜସେବୀ, ଲେଖକ ତଥା ସ୍ତମ୍ଭକାର କାଶୀନାଥ ମିଶ୍ରଙ୍କର ୯୭ବର୍ଷ ବୟସରେ ଆଜି ଭୋର୍ ରୁ ଶରଧାବାଲି ଅବକାଶ ଲେନ ସ୍ଥିତ ବାସଭବନରେ ବିୟୋଗ ଘଟିଛି । ବିୟୋଗ ସମୟରେ ତାଙ୍କ ବଡପୁତ୍ର ରାଜେନ୍ଦ୍ର କୃଷି ବିଶ୍ବବିଦ୍ୟାଳୟ ର ପୂର୍ବତନ କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର, ସାନ ପୁଅ ପ୍ରଦୀପ ମିଶ୍ର, ଅଶୋକ ମିଶ୍ର, ପୁତ୍ରବଧୂ ମାନେ ଉପସ୍ଥିତ ଥିଲେ l ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ ପୁଅ ପ୍ରଫୁଲ୍ଲ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ I ପ୍ରକାଶ ଥାଉକି, ଦିବଂଗତ ମିଶ୍ର ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ବାଲ୍ଯ କାଳରୁ ମଠ ବିଦ୍ୟାର୍ଥୀ ସଂଘ ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହିତ ଜଡ଼ିତ ଥିଲେ I ବରିଷ୍ଠ ନାଗରିକ ସଂଘ , ପୁରୀ କୋଣାର୍କ ଗଣ ପରିଷଦର ପ୍ରତିଷ୍ଠାତା ସଭାପତି , ରାଜ୍ଯ ନିଶା ନିବାରଣ ସମିତିର ଉପ ସଭାପତି ମଧ୍ୟ ଥିଲେ I Land ଏବଂ judiciary reform ବିଷୟ କୁ ନେଇ ତାଙ୍କର ‘ସ୍ୱାୟତ୍ତ ଶାସନର ଇତିକଥା’ ପୁସ୍ତକରେ ଅନେକ କଥା ଲେଖିଛନ୍ତି I ସମାଜବାଦୀ ଆନ୍ଦୋଳନ ରେ ଜଡିତ ରହି ଜେଲ ମଧ୍ୟ ଯାଇଛନ୍ତି I ସେ ସବୁବେଳେ ମାନବ ସେବାକୁ ମାଧବ ସେବା ବୋଲି ବିଚାର କରୁଥିଲେ I ସେ ଅତ୍ୟନ୍ତ ନିରାଡମ୍ବର ଭାବେ ରହିବାକୁ ପସନ୍ଦ କରୁଥିଲେ I ନିଜକୁ ପ୍ରଚ୍ଛଦପଟ କର୍ମୀ ଭାବରେ ସବୁବେଳେ ଭାବୁଥିଲେ I ନିଜର ପ୍ରଚାର ଠାରୁ ସେ ବହୁତ ଦୂରରେ ଥିଲେ l ଆଜି ତାଙ୍କ ବାସଭବନରେ ପହଞ୍ଚି ଅନେକ ନେତୃବୃନ୍ଦ, ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply