Home / ମୁଖ୍ୟ ଖବର / ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପୁରୀ ଜିଲ୍ଲାର ୬ ଟି ଗ୍ରାମ ପଞ୍ଚାୟତ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ।

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପୁରୀ ଜିଲ୍ଲାର ୬ ଟି ଗ୍ରାମ ପଞ୍ଚାୟତ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ।

whatsapp image 2025 10 19 at 16.00.08 919379ca

ପୁରୀ ୧୯/୧୦ ଆଜି ପୂର୍ବାହ୍ନରେ ଓସୱ୍ବାନ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପୁରୀ ଜିଲ୍ଲାରେ ୬ ଗୋଟି ଗ୍ରାମ ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ଏହି ୬ ଗୋଟି ପଞ୍ଚାୟତ ହେଲା ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ଗୋପ ବ୍ଲକର ଡଭାର,କଣାସ ବ୍ଲକର ଗଡ ବଳଭଦ୍ରପୁର,କୃଷ୍ଣ ପ୍ରସାଦ ବ୍ଲକର ଗୋପୀନାଥପୁର,ନିମାପଡା ର ଭୋଗସଳଦା ଓ ସଦର ବ୍ଲକର ପ୍ରତାପ ପୁରୁଷୋତ୍ତମପୁର।

whatsapp image 2025 10 19 at 16.00.10 cf6bc053

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ମଧ୍ୟ ପୁରୀ ଜିଲ୍ଲାର ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୨୩୨୧ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ହିସାବରେ ୯ କୋଟି ୫୨ ଲକ୍ଷ ଟଙ୍କା ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଅନ୍ତୋଦୟ ଆବାସ ଯୋଜନା ର ହିତାଧିକାରୀମାନଙ୍କୁ ଏହି କାର୍ଯ୍ୟାଦେଶ ପ୍ରଦାନ କରିବା ସହ ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ ଗୁଡିକୁ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ।
ପୁରୀ ଜିଲ୍ଲାର ଅନ୍ତୋଦୟ ଆବାସ ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ଅନ୍ତୋଦୟ ଆବାସ ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ଆଜି ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ସଦର ବିଡ଼ିଓ ସମ୍ବିତ ଶତପଥୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକରେ ବିଡ଼ିଓ ଓ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply