ପୁରୀ:୪/୧୦/୨୦୨୫ ଏସ୍ପିଙ୍କ ନିର୍ଦେଶରେ ଅପରେଶନ ଚକ୍ର ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସତ୍ୟବାଦୀ ଓ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ଅଲଗାଅଲଗା ଚଢ଼ାଉ କରାଯାଇ ମୋଟ ୭ ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇଛି।
ଚନ୍ଦନପୁର ଥାନା ପୋଲିସ ୫ ଜଣ ଜୁଆଡିଙ୍କୁ ଗିରଫ୍ କରି ୭୫୦ ଟଙ୍କା ଜବତ କରିଛି ଓ ଖେଳ ସାମଗ୍ରୀ ଯବତ୍ କରିଛନ୍ତି। ସେପରି ସତ୍ୟବାଦୀ ଥାନା ପୋଲିସ ମଧ୍ୟ ୨ ଜଣ ଜୁଆଡିଙ୍କୁ ଗିରଫ୍ କରି ୮,୧୫୦ ଟଙ୍କା ଓ ଜୁଆ ଖେଳର ସାମଗ୍ରୀ ଜବତ କରିଛନ୍ତି।
ପୁରୀ ଜିଲ୍ଲାରେ ଏହି ବର୍ଷ ମୋଟ 13 ଟି ମାମଲା ରୁଜୁ ହୋଇଛି — ଚନ୍ଦନପୁର ଥାନାରେ 3 ଟି, ସଦର ଥାନାରେ 5 ଟି, ସତ୍ୟବାଦୀ ଥାନାରେ 2 ଟି, ବାସେଳୀସାହି ଥାନାରେ 1 ଟି ଓ ଚାରିଛକ ଥାନାରେ 2 ଟି ମାମଲା ରୁଜୁ କରାଯାଇଛି। ମୋଟ 67 ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି 4 ଲକ୍ଷ 75 ହଜାର 690 ଟଙ୍କା ଯବତ୍ କରାଯାଇଛି। ଜନସାଧାରଣ ଯଦି ନିଜ ଅଞ୍ଚଳରେ ଏପରି ଜୁଆ ଖେଳ ଚାଲୁଥିବା ଦେଖନ୍ତି, ତେବେ ଦୟାକରି 112 ନମ୍ବର ରେ କଲ୍ କରନ୍ତୁ କିମ୍ବା ନିକଟସ୍ଥ ଥାନାକୁ ଜଣାନ୍ତୁ। ପୁରୀ ପୋଲିସ ଅପରାଧ ଦମନ ଓ ସମାଜରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସଦା ପ୍ରତିବଦ୍ଧ।











