Home / ମୁଖ୍ୟ ଖବର / ଅନ୍ତର୍ଗତ “ସେବା ନିର୍ଝରଣୀ” ଲୋକାର୍ପଣ ଉତ୍ସବ – ସଂକଳ୍ପ ସପ୍ତାହ – ୨୦୨୫

ଅନ୍ତର୍ଗତ “ସେବା ନିର୍ଝରଣୀ” ଲୋକାର୍ପଣ ଉତ୍ସବ – ସଂକଳ୍ପ ସପ୍ତାହ – ୨୦୨୫

whatsapp image 2025 10 05 at 20.23.18 64d46d18

ପୁରୀ: ୫/୧୦/୨୦୨୫ – ସାହିଭାଇ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସପ୍ତାହ ବ୍ୟାପି ସେବା ପର୍ବ “ସଂକଳ୍ପ ସପ୍ତାହ – ୨୦୨୫” ର ଏକ ବିଶେଷ କାର୍ଯ୍ୟକ୍ରମ ହେଉଛି “ସେବା ନିର୍ଝରଣୀ” । ଏହି କାର୍ଯ୍ୟକ୍ରମ ର ଜରିଆରେ ସାହିଭାଇ ଅନୁଷ୍ଠାନ ବିଭିନ୍ନ ଡାକ୍ତରୀ ଉପକରଣ ଯଥା ଅମ୍ଳଜାନ ସିଲିଣ୍ଡର , ହ୍ୱିଲ ଚେୟାର , ୱାକର , ମେଡିକାଲ ଶଯ୍ୟା ଆଦି ଆବଶ୍ୟକ କରୁଥିବା ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ଭାବେ ଉପଲବ୍ଧ କରାଯିବ ।

ସଂକଳ୍ପ ସପ୍ତାହ ର ଚତୁର୍ଥ ଦିବସ ତଥା ଆଜିର ଏହି କାର୍ଯ୍ୟକ୍ରମ ପୁରୀ ରୋଟାରୀ ଭବନ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି, ଆଜିର ଏହି ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବୁର୍ଲା ଭିମସାର ଚିକିତ୍ସାଳୟ ର ବରିଷ୍ଠ ରୋଗୀ ଚିକିତ୍ସକ ତଥା ଏକ ଟଙ୍କିଆ କ୍ଲିନିକ ଭଳି ବୃହତ ବିଚାର ରଖୁଥିବା ମଣିଷ ଡଃ ଶଙ୍କର ରାମଚନ୍ଦାନି , ଡଃ ରାମଚନ୍ଦାନି ତାଙ୍କ ଅଭିଭାଷଣ ରେ କହିଥିଲେ କି ସବୁ ମଣିଷ ର ପ୍ରେରଣା ର ଉତ୍ସ ହେଉଛି ତା ପରିବାର , ପରିବାର ମଧ୍ୟରୁ ହିଁ ଜୀବନ ଯାତ୍ରା ରେ ଆଗକୁ ବଢିବା ପାଇଁ ତଥା କିଛି କରି ଦେଖାଇବାର ଆତ୍ମବିଶ୍ବାସ ବାହାରି ଥାଏ , ମୁଁ ଛୁଆଟି ବେଳୁ ଘରେ ରୋଗ ଆଉ ଭୋକ ର କରୁଣ କାହାଣୀ ତଥା ଚିତ୍ର ଦେଖି ଦେଖି ବଢ଼ିଛି ଆଉ ନିଜେ ଡାକ୍ତର ହେଲା ପରେ କେମିତି ସେହି କରୁଣ ଚିତ୍ର ଆଉ କେହି ନ ଦେଖନ୍ତୁ ସେଥିପାଇଁ ଏକ ଟଙ୍କିଆ କ୍ଲିନିକ ର ବ୍ୟବସ୍ଥା ଆରମ୍ଭ କରିଥିଲି , ବର୍ତ୍ତମାନ ମତେ ମୋ ଧର୍ମପତ୍ନୀ ମଧ୍ୟ ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆଗେଇ ଆସିଛନ୍ତି , ସାହିଭାଇ ଅନୁଷ୍ଠାନ ତଥା ଅନୁଷ୍ଠାନ ର ସଦସ୍ୟା ସଦସ୍ୟ ମାନଙ୍କୁ ଦେଖି ଲାଗୁଚି ସତେ ଯେମିତି ମୁଁ ମୋ ନିଜକୁ ଦେଖୁଛି। ଭବିଷ୍ୟତ ରେ ପୁରୀ ରେ ଏକ ବୃହତ ହେଲ୍ଥ କ୍ୟାମ୍ପ କରିବାର ପ୍ରତିଶୃତି ଦେଇ ନିଜର ବକ୍ତବ୍ୟ ସମ୍ପୂର୍ଣ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସିଂହାରୀ ସେବାୟତ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ , ଆଜ୍ଞା ତାଙ୍କ ବକ୍ତବ୍ୟ ରେ ଅନୁଷ୍ଠାନ ର ଉତ୍ତରୋତ୍ତର କାମନା କରିବା ସହିତ , ଆଗକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା କଥା ଉଲ୍ଲେଖ କରିଥିଲେ ।
ଅନ୍ୟତମ ଅତିଥି ତଥା ସାହିଭାଇ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଏବଂ ଆଇନ ମହାବିଦ୍ୟାଳୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ସୁଆର ତାଙ୍କ ଅଭିଭାଷଣ ରେ କହିଥିଲେ କି ସେବା କାର୍ଯ୍ୟ ,ସେବା କରୁଥିବା ମଣିଷ , ସେବାର ବିଚାର ଏସବୁ ମହାପ୍ରଭୁ ଙ୍କ ଯୋଜନା ର ଅନ୍ତର୍ଭୁକ୍ତ , ମହାପ୍ରଭୁ ଙ୍କ କୃପା ଏବଂ ମାର୍ଗଦର୍ଶନ ରେ ଏସବୁ କାର୍ଯ୍ୟ ସମ୍ପାଦିତ ସେବକ ଦ୍ଵାରା ହୋଇଥାଏ ।
ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଂକଳ୍ପ ସପ୍ତାହ ର ରୁପରେଖ ଏବଂ ସାହିଭାଇ ଅନୁଷ୍ଠାନ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷେପରେ କହିଲା ପରେ ସଭା କାର୍ଯ୍ୟ ସମାପନ ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀ ର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଡଃ ଲକ୍ଷ୍ମୀଧର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମିଶ୍ର , ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣା ,କୋଷାଧ୍ୟକ୍ଷ ଶ୍ରୀ ତନ୍ମୟ ଚାଟାର୍ଜୀ ଏବଂ ଅନ୍ୟ ସମସ୍ତ ସଦସ୍ୟା ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply