Home / ମୁଖ୍ୟ ଖବର / ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ନେଇ ଏସପିଙ୍କୁ ଭେଟିଲେ ନୟାଗଡ଼ର ପ୍ରମୁଖ ବିଜେଡି ନେତା।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ନେଇ ଏସପିଙ୍କୁ ଭେଟିଲେ ନୟାଗଡ଼ର ପ୍ରମୁଖ ବିଜେଡି ନେତା।

whatsapp image 2025 10 08 at 22.36.21 a772af95

ନୟାଗଡ଼,୭ା୧୦: ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲାର ପ୍ରମୁଖ ବିଜେଡି ନେତାମାନେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୋଲିସର ଏକପାଖିଆ ନୀତିକୁ ବିରୋଧ କରିଛନ୍ତି ।

whatsapp image 2025 10 08 at 22.36.31 43e3b33d

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ଖଣ୍ଡପଡ଼ା ପୋଲିସ ଉପଖଣ୍ଡରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରଗରମ ଆଲୋଚନା ହୋଇଥିଲା । ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ଦଳୀୟ କାର୍ଯ୍ୟକର୍ତ୍ତା ଭଳି ଲୋକଙ୍କୁ ବ୍ୟବହାର କରିବା, ବିନା କାରଣରେ ବିଜୁ ଜନତା ଦଳ ସୋସିଆଲ ମିଡିଆ କର୍ମୀଙ୍କୁ କାର୍ଯ୍ୟାଳୟକୁ ଡକାଇ ଧମକ ଦେବା, ଯୁବକଙ୍କ ମୋବାଇଲ ଗୁଡ଼ିକୁ ଜବରଦସ୍ତ ନିଜ ପାଖରେ ରଖିବା ଏବଂ ପ୍ରତ୍ୟେକ ମାମଲାରେ ପକ୍ଷପାତିତା କରିବାକୁ ନେଇ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସାଧାରଣ ଲୋକଙ୍କୁ ଖଣ୍ଡପଡ଼ା ଓ ଫତେଗଡ଼ ଥାନାରେ ନ୍ୟାୟ ମିଳି ପାରୁନଥିବା ନେଇ ଏସପିଙ୍କୁ ଅଭିଯୋଗ କରାଯାଇଥିଲା । ଏହା ସହିତ ପ୍ରତ୍ୟେକ ଗଣ୍ଡଗୋଳ ଘଟଣାରେ କାଉଣ୍ଟର ମାମଲା କରିବାକୁ ଲୋକଙ୍କୁ ପ୍ରବର୍ତ୍ତା ଯାଉଥିବା, ମାରଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା । ଏହା ସହିତ ଚାନ୍ଦପୁର ଥାନା ଅଞ୍ଚଳରେ ପୋଲିସ ଆଦିବାସୀ ଲୋକଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଜମି ଛଡ଼ାଇ ନେବାରେ ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ନେଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏସ୍‌ପିଙ୍କୁ ଜଣାଇଥିଲେ । ସେହିଭଳି ଭାବେ ଥାନା ଗୁଡ଼ିକରେ ଦଲାଲ ସକ୍ରିୟ ହେବା, ପୋଲିସ ଏକ ପାଖିଆ ଭାବେ କାର୍ଯ୍ୟ କରିବା ଘଟଣାକୁ ଦଶପଲ୍ଲା ବିଧାୟକ ନିନ୍ଦା କରିଥିଲେ । ବିଜେଡି ନେତ୍ରୀ ଇରାନୀ ରାୟ ଇଟାମାଟି ଥାନାରେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ନେଇ ପୁଲିସ ନିର୍ଦ୍ଦୋଷଙ୍କ ନାମରେ ମାମଲା ରୁଜୁ କରିଥିବା କହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ଏସ୍‌ପିଙ୍କ ସହ ଆଲୋଚନା କରି ଏଭଳି ସ୍ଥିତିକୁ ଦୂର କରିବାକୁ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ । ନତୁବା ପୋଲିସର ପକ୍ଷପାତିତା ବିରୁଦ୍ଧରେ ଜନଆନ୍ଦୋଳନକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କହିଥିଲେ । ସାଧାରଣ ଲୋକେ ନ୍ୟାୟ ନପାଇଲେ ଆଇନକୁ ହାତକୁ ନେବେ । ଯାହା ଦ୍ୱାରା ଶାନ୍ତି ପ୍ରିୟ ନୟାଗଡ଼ର ଗାରିମା କ୍ଷୁର୍ଣ୍ଣ ହେବ ବୋଲି କହିଥିଲେ । ଏହି ବୈଠକରେ ବିଜୁ ଜନତା ଦଳ ମହିଳା ନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ ଅନେକ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply