Home / ମୁଖ୍ୟ ଖବର / ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ରେ ଜେଲ ଗଲେ ଯୁବକ

ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ରେ ଜେଲ ଗଲେ ଯୁବକ

whatsapp image 2025 10 08 at 21.13.15 929659b1

କାକଟପୁର – ତା ୮/୧୦/୨୦୨୫ -,(ତୁଷାର ଦୀକ୍ଷିତ )କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ହରିଦାସପୁର ବାଲିସାହି ଗ୍ରାମର 13 ବର୍ଷର ନାବାଳିକା କନ୍ୟା ଛଦ୍ମନାମ ମିନୁ ମଙ୍ଗଳବାର ସକାଳ ୮ ଘଟିକା ସମୟରେ ଗ୍ରାମ ନିକଟରେ ଥିବା ଦୋକାନଙ୍କୁ ସଉଦା ପାଇଁ ଯାଇଥିବା ବେଳେ ଛୋଟରାୟପୁର ଗ୍ରାମର ହାପି ନାୟକ ଓରଫ ସନ୍ତୋଷ ମିନୁକୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଭିଡ଼ିନେଇ ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ପୀଡିତା ଜୋର ରେ ଚିତ୍କାର କରିବାରେ ପୀଡ଼ିତାଙ୍କ ମା ଆସିଯିବାରୁ ଅଭିଯୁକ୍ତ ହାପି ନିଜର ନମ୍ବର ବିହୀନ ଗ୍ଲାମର ମଟର ସାଇକେଲ ଛାଡି ଦୌଡ଼ି ପଳାଇଥିଲା l ଘଟଣା ସମ୍ପର୍କ ରେ ପୀଡିତା ଙ୍କ ମା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ଘଟଣା କୁ ଗୁରୁତର ସହ ନେଇ ମାତ୍ର ୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ ଗିରଫ କରିଥିଲେ l ଏ ସଂକ୍ରାନ୍ତରେ ପୋସ୍କୋ ଆକ୍ଟ ରେ ଏକ କେଶ 294/2025 ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ପୁରୀ ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply