Home / ମୁଖ୍ୟ ଖବର / ସାରସ୍ବତ ଲୋକ ବିଦ୍ୟାପୀଠ, କଜଳାଇପଲ୍ଲୀର ପ୍ଲାଟିନମ୍ ଜୟନ୍ତୀ ପାଇଁ ପ୍ରାରମ୍ଭିକ ବୈଠକ ।

ସାରସ୍ବତ ଲୋକ ବିଦ୍ୟାପୀଠ, କଜଳାଇପଲ୍ଲୀର ପ୍ଲାଟିନମ୍ ଜୟନ୍ତୀ ପାଇଁ ପ୍ରାରମ୍ଭିକ ବୈଠକ ।

whatsapp image 2026 01 07 at 6.17.29 pm

ନୟାଗଡ଼/ଓଡ଼ଗାଁ – ତା ୦୭/୦୧/୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାରସ୍ବତ ଲୋକ ବିଦ୍ୟାପୀଠ, କଜଳାଇପଲ୍ଲୀ ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୨୬ ମସିହାକୁ ତାହା ୭୫ ବର୍ଷ ପୂର୍ତ୍ତି ପାଳନ କରୁଅଛି ।

image
image

ଏହି ଅବସରରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ପାଳନ ନିମନ୍ତେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଆଲୁମିନା କମିଟି ସଭାପତି ଘନଶ୍ୟାମ ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ପୁରାତନ ଛାତ୍ର ଆଲୁମିନା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ କରାଯାଇ ପ୍ଲାଟିନମ୍ ଜୁବୁଲି ପାଇଁ ସମସ୍ତଙ୍କ ମତାମତ ନିଆଯାଇ ପୁରାତନ ଛାତ୍ର ଛାତ୍ରୀ , ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗରେ ପ୍ଲାଟିନମ୍ ଜୁବୁଲିକୁ ମହାସମାରୋହରେ ପାଳନ ପାଇଁ ସ୍ଥିର କରାଯାଇଛି।ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପ୍ରାକ୍ତନ ଛାତ୍ର ଆଲୁମିନା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ଦୀନବନ୍ଧୁ ମହାପାତ୍ର,ପ୍ରଦୀପ କୁମାର ରାଉତ, ଦଣ୍ଡପାଣୀ ନାୟକ ,ଶିକ୍ଷକ ଘନଶ୍ୟାମ ରାଉତ ପ୍ରଭୃତି ନିଜର ମତ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀ ୧୮ ତାରିଖ ରବିବାର ଦିନ ୧୧ ଘଣ୍ଟା ସମୟରେ କଜଳାଇପଲ୍ଲୀ ହାଇସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ।ଏଣୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଅନୁରୋଧ କରିଛନ୍ତି । ବୈଠକ ପରିଶେଷରେ ଶିକ୍ଷକ ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply