Home / ମୁଖ୍ୟ ଖବର / ରଥଯାତ୍ରା ଉପଲକ୍ଷେ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଶୁଭ ଉଦଘାଟନ l

ରଥଯାତ୍ରା ଉପଲକ୍ଷେ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଶୁଭ ଉଦଘାଟନ l

ପୁରୀ : ୧୬/୬/୨୦୨୬ – ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ପୁରୀ ବଡଦାଣ୍ଡର ବଡ଼ଶଙ୍ଖ ଠାରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଆୟୋଜନ କରାଯାଇଛି l ଏଥିରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା, ଡେଙ୍ଗୁ ଓ ଡାଇରିଆ ନିରାକରଣ,ଟିବି ମୁକ୍ତ ଭାରତ ଅଭିଯାନ, ସଂକ୍ରାମକ ରୋଗ, ଅଣସଂକ୍ରାମକ ରୋଗ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତଥା ସ୍ଵାସ୍ଥ୍ୟ ଆଧାରିତ ଅନେକ ଯୋଜନା ଉପରେ ସଚେତନତା ବାର୍ତ୍ତା ସମ୍ଵନ୍ଧିତ ଭିଡ଼ିଓ ପ୍ରଦର୍ଶିତ କରାଯାଉଛି l ଏହି ପ୍ରଦର୍ଶନୀକୁ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭ ଉଦଘାଟନ କରିଥିଲେ l ଏହି ପ୍ରଦର୍ଶନୀ ନଅ ଦିନ ବ୍ୟାପି ଚାଲୁ ରହିବା ସହିତ ଏଲଇଡି ସୋ ମାଧ୍ୟମରେ ଅନେକ ସ୍ଵାସ୍ଥ୍ୟ ସଚେତନତା ଭିଡ଼ିଓର ପ୍ରଦର୍ଶନ କରାଯିବ l

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ,ଭୁବନେଶ୍ୱରର ନିର୍ଦେଶକ ଡାକ୍ତର ସୁକାନ୍ତ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥି,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଂଜୁ ଦାସ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ତଥା ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଓ ସହରାଂଚଳର ଆଶା କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ବେଣୁଧର ନାୟକ ଅତିରକ୍ତ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଓ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା ଏହି ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଉଦଘାଟନ ସମାରୋହକୁ ପରିଚାଳନା କରିବା ସହିତ ନଅଦିନ ବ୍ୟାପି କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply