Home / ମୁଖ୍ୟ ଖବର / ମା ମଙ୍ଗଳା ଙ୍କ ମନ୍ଦିର ରେ ମକରବେଢ଼ା ଅନୁଷ୍ଠିତ – ମକର ବେଢା ଦେଖିବାକୁ ମନ୍ଦିରରେ ଭକ୍ତ ଙ୍କ ଭିଡ଼

ମା ମଙ୍ଗଳା ଙ୍କ ମନ୍ଦିର ରେ ମକରବେଢ଼ା ଅନୁଷ୍ଠିତ – ମକର ବେଢା ଦେଖିବାକୁ ମନ୍ଦିରରେ ଭକ୍ତ ଙ୍କ ଭିଡ଼

whatsapp image 2026 01 14 at 7.38.01 pm

କାକଟପୁର ୧୪/୧ :- ( ତୁଷାର ଦୀକ୍ଷିତ )କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠ ରେ ମକରସଂକ୍ରାନ୍ତି ଉପଲକ୍ଷେ ମକରବେଢ଼ା ନୀତି ମହାସମାରୋହ ରେ ପାଳିତ ହୋଇଯାଇଛି l।ଅପରାହ୍ନ ରେ ମନ୍ଦିର ପହୁଡ଼ ଖୋଲିବା ପରେ,ପୂଜାପଣ୍ଡା ସେବକ ଶରତ କୁମାର ଦୀକ୍ଷିତ ମା’ଙ୍କ ନିକଟରେ ଲାଗିହୋଇଥିବା ତିନି ଗୋଟି ମକର ଚୁଳକୁ ପର୍ଯ୍ୟାୟ କ୍ରମେ ତିନିଥର ଧରି ଘଣ୍ଟ, ଘଣ୍ଟା, ଛତ୍ରୀ, ଆଲଟ, ଚାମର ଧରିବା ପାଇଁ ଖମାରେଇ ସେବକ ମାନେ ସେବା କରିଥାନ୍ତି ଏବଂ ଶୋଭାଯାତ୍ରା ରେ ମନ୍ଦିର ପରିକ୍ରମା କରିବାପରେ ମକର ଚାଉଳ ଧୂପନୀତି ଅନୁଷ୍ଠିତ ହୋଇଥିଲା l

image
image

ସେବାୟତ ମାନେ ନୂଆ ଅରୁଆଚାଉଳ, ଛେନା, କଦଳୀ, ଅଦା, ଗୁଡ଼, ଚିନି, ଫଳମୂଳ, ଆଦି ଦ୍ରବ୍ୟ ପକାଇ ମକର ଚାଉଳ ପ୍ରସ୍ତୁତ କରି ମା ଙ୍କୁ ନୈବେଦ୍ୟ ଅର୍ପଣ କରିଥିଲେ l ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ମକର ଚାଉଳ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା l ମା ଙ୍କ ଏହି ପ୍ରସାଦ ପାଇବାପାଇଁ ବହୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା l ମକର ସଂକ୍ରାନ୍ତି ର ଏହି ବିଶେଷ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply