Home / ମୁଖ୍ୟ ଖବର / ଫକୀରସାହି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ବର୍ଷ ହେବ ନାହାନ୍ତି ଫାର୍ମାସିଷ୍ଟ, ଡାକ୍ତର କରୁଛନ୍ତି ଫାର୍ମାସିଷ୍ଟଙ୍କ କାମ

ଫକୀରସାହି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ବର୍ଷ ହେବ ନାହାନ୍ତି ଫାର୍ମାସିଷ୍ଟ, ଡାକ୍ତର କରୁଛନ୍ତି ଫାର୍ମାସିଷ୍ଟଙ୍କ କାମ

whatsapp image 2026 01 14 at 7.18.25 pm

କାକଟପୁର ତା ୧୩/୧, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ସୁହାଗ ପୁର ପଞ୍ଚାୟତ ଅନ୍ତର୍ଗତ ଫକୀରସାହି ଠାରେ ଗଢିଉଠିଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର l ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କାକଟପୁର ବ୍ଲକର ୩ ଗୋଟି ପଞ୍ଚାୟତର ହଜାର ହଜାର ରୋଗୀ ନିର୍ଭର କରୁଥିବାବେଳେ ଡାକ୍ତରଖାନାରେ ଆବଶ୍ୟକ ପଦବୀ ପୂରଣ କରାଯାଇପାରୁନାହିଁ l ସହରାଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ସରକାର ଯେତିକି ଗୁରୁତ୍ୱ ଦେଉଛନ୍ତି ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ବାରିହୋଇ ପଡୁଛି l ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୧୦ ବର୍ଷ ହେବ ଫାର୍ମାସିଷ୍ଟ କେଦାରନାଥ ଦୀକ୍ଷିତଙ୍କ ଅବସର ପରେ ଉକ୍ତ ପଦବୀ ସହିତ ଷ୍ଟାଫନର୍ସ ପଦବୀଟି ଅଦ୍ୟାବଧି ଖାଲି ପଡିଛି l ଦିନକୁ ଦିନ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସଂଖ୍ୟା ବଢ଼ୁଥିବାବେଳେ ଫାର୍ମାସିଷ୍ଟ ଏବଂ ଷ୍ଟାଫନର୍ସଙ୍କ କାମ ଉପସ୍ଥିତ ଥିବା ଡାକ୍ତର କରୁଛନ୍ତି ବୋଲି ଜଣାପଡିଛି l ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ପଦବୀ ଗୁଡିକ ପୂରଣ କରାନଗଲେ ସ୍ୱାସ୍ଥ୍ୟସେବା ବିଗିଡିବା ସହିତ ଗୁରୁତର ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସାରେ ବାଧକ ସୃଷ୍ଟି ହେବ ବୋଲି ସ୍ଥାନୀୟ ଅଧିବାସୀ ମାନେ ପ୍ରକାଶ କରିଛନ୍ତି l ଏଠାରେ ପ୍ରକାଶ ଥାଉକି ଦୀର୍ଘଦିନ ହେବ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର କମଳେଶ ଛାଟୋଇ ସୁଚାରୁ ରୂପେ ରୋଗୀସେବା କରିଆସୁଛନ୍ତି l ଏଣୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ପୁରୀଜିଲ୍ଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟି ଦେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ପଦବୀ ପୂରଣ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply