ନୟାଗଡ଼,ତା-୧୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ବିଜୁ ଜନତା ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ହୋଇଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ବିଜୁ ଜନତା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ ଚରଣ ନାୟକ, ନଗର ସଭାପତି ଭାବେ ଅନୀଲ କୁମାର ରାୟ , ନୟାଗଡ଼ ବ୍ଳକ୍ ସଭାପତି ଭାବେ ଭଞ୍ଜ କିଶୋର ମହାପାତ୍ର, ନୟାଗଡ଼ ନଗର ସଭାପତି ଭାବେ ଦାଶରଥି ସାହୁ,ଗଣିଆ ବ୍ଲକ ସଭାପତି ଭାବେ ସଦାଶିବ ମିଶ୍ର, ନୂଆଗାଁ ବ୍ଲକ ସଭାପତି ଭାବେ ଯୁଗଳ କିଶୋର ସାହୁ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଖଣ୍ଡପଡ଼ା ନଗର ସଭାପତି ଭାବେ ମିହିର କୁମାର ମିଶ୍ର, ଭାପୁର ବ୍ଲକ ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ରଣପୁର ବ୍ଲକ ସଭାପତି ଭାବେ ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ଏନଏସି ସଭାପତି ଭାବେ ଲିଙ୍ଗରାଜ ନାୟକ, ଓଡ଼ଗାଁ ବ୍ଲକ ସଭାପତି ଭାବେ ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ନଗର ସଭାପତି ଭାବେ ମନୋଜ ପାତ୍ରଙ୍କ ନାମ ଘୋଷଣା ହୋଇଛି ।
ନୟାଗଡ଼ ଜିଲ୍ଲା ବିଜେଡ଼ିର ସମସ୍ତ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା।ଭଞ୍ଜ କିଶୋର ମହାପାତ୍ର ହେଲେ ନୟାଗଡ଼ ବ୍ଲକ୍ ବିଜେଡ଼ି ସଭାପତି।











