Home / ଶିକ୍ଷା / ୧୯୮୩ ବ୍ୟାଚ କାକଟପୁର ହାଇ ସ୍କୁଲ ର ବନ୍ଧୁ ମିଳନ

୧୯୮୩ ବ୍ୟାଚ କାକଟପୁର ହାଇ ସ୍କୁଲ ର ବନ୍ଧୁ ମିଳନ

img 20240205 wa0000

କାକଟପୁର, ତା ୪/୨/୨୦୨୪ – ଆଜି କାକଟପୁର ନିକଟସ୍ଥ ମା କୁତ୍ତାମ ଚଣ୍ଡୀ ପୀଠରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୩ ମସିହା ବ୍ୟାଚ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ପ୍ରଥମେ ସହପାଠୀ ପ୍ରାଣ କୃଷ୍ଣ ନାୟକ ଙ୍କ ସ୍ମୁତି ଚାରଣ କରିବା ସହିତ ତାଙ୍କର ଶୂନ୍ୟ ସ୍ଥାନ ଅନୁଭବ କରିଥିଲେ, ସମସ୍ତ ସାଙ୍ଗ ମାନେ ଉପସ୍ଥିତ ରହି ସେତେବେଳେ ର ସ୍କୁଲ ବେଳର ଅଭୁଲା ସ୍ମୁତି କୁ ବଖାଣିବା ସହିତ, ପରସ୍ପର ଭିତରେ ସେତେବେଳେ ର ସ୍ମୁତି କୁ ଉଜ୍ଜୀବିତ କରିଥିଲେ କେହି କାହାକୁ ଚିହ୍ନି ବାରେ ସତେ ଯେମିତି ଅଜଣା ହୋଇ ପଡୁଥିଲା ପରେ ପୁରୁଣା କଥା ମନେ ପକାଇଲା ପରେ ଯାଇ ପରସ୍ପର କୁ ଜାଣି ପାରୁଥିଲେ, କେହି କେହି ମଧ୍ୟ କହୁଥିଲେ ସେଇ ପିଲାବେଳ ଆଉ ଥରେ ଫେରି ଆସନ୍ତାନି ଏବଂ ସେଇ ସ୍କୁଲ ର ଅମରୀ ପାହାର, କାନ ଧରି ବସ ଉଠୁ ହେବା, ଆଣ୍ଠୁ ତଳେ ଗୋଡି ରଖି ଆଂଠେଇବା, ଏବଂ ନାରଣ ମିଶ୍ର, ଗୁଣନିଧି ମିଶ୍ର, ବନ ବିହାରୀ ଦାସ , ଶ୍ୟାମଘନ ମିଶ୍ର, ଅନାଥ ଚରଣ ସ୍ୱାଇଁ,ଙ୍କ ନାଲି ଆଖି ତାଙ୍କୁ ଭୟ କରୁଥିବା ଛାତ୍ର ଆଜି ବହୁତ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଛନ୍ତି ସତ ହେଲେ ସାରଙ୍କୁ ମନେ ପକାଇ ଯେଉଁ ସ୍ମୁତି ବଖାଣି ଥିଲେ ତାହା ନିଶ୍ଚୟ ହୃଦୟ ସ୍ପର୍ଶୀ ଏଥିରେ ସନ୍ଦେହ ନାହିଁ ତଥାପି ସାର ମାନଙ୍କ ସେଇ ବେତ ମାଡ଼ ଖାଇ ଆଜି ଆମେ ଏଇ ସ୍ଥାନରେ ପହଞ୍ଚି ପାରିଛୁ ବୋଲି ମତ ମଧ୍ୟ ଦେଇଥିଲେ,ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ଚରଣ ମିଶ୍ର, ଶେଖରାଜା, ଧୀର ପଣ୍ଡା, ବାବାଜୀ ନାୟକ, ବିଦୁଭୂଷଣ ଦାସ ( ବିଜୟ ) ମିହିର ମହାନ୍ତି, ମାଧବ ମିଶ୍ର, ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ,

SPREAD YOUR LOVE WITH YOUR FRIENDS AND FAMILY

Leave a Reply