Home / ମୁଖ୍ୟ ଖବର / ଶରଣକୁଳ ନାରାୟଣ ହାଇସ୍କୁଲ ୧୯୭୮ ବ୍ୟାଚର ବନ୍ଧୁ ମିଳନ

ଶରଣକୁଳ ନାରାୟଣ ହାଇସ୍କୁଲ ୧୯୭୮ ବ୍ୟାଚର ବନ୍ଧୁ ମିଳନ

whatsapp image 2026 01 17 at 8.21.42 am

ଓଡ଼ଗାଁ, ତା-୧୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୮ ମସିହା ମାଟ୍ରିକ ବ୍ୟାଚର ସହପାଠୀ ମାନଙ୍କୁ ନେଇ ଶରଣକୁଳର ଆରାଧ୍ୟ ଦେବୀ ମା ଝାଡେଶ୍ୱରୀଙ୍କ ପୀଠରେ ଶୁକ୍ରବାର ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହପାଠୀ ଗ୍ରୁପର ସଭାପତି ବଂଶୀଧର ଡାକୁଆ ସଭାପତିତ୍ବ କରିଥିଲେ ।

image
image

ପ୍ରଥମେ ଦିବଙ୍ଗତ ସହପାଠୀ ମାନଙ୍କ ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ବ ବାଲ୍ୟବନ୍ଧୁ ଯୋଗଦେଇ ସ୍କୁଲ ଜୀବନର ସ୍ମୃତି ରୋମନ୍ଥନ କରିବା ସହିତ ପ୍ରାକୃତିକ ପରିବେଶ ମଧ୍ୟରେ ଭୋଜିଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ସର୍ବସମ୍ମତି କ୍ରମେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୁଶାନ୍ତ କୁମାର ପଣ୍ଡା ସଭାପତି ଓ ପ୍ରମୋଦ କୁମାର ସାହୁ ସମ୍ପାଦକ ରୂପେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମକୁ ଗଗନ ବିହାରୀ ମିଶ୍ର , କିଶୋର ଚନ୍ଦ୍ର ସାହୁ ଓ ଦୁର୍ଯୋଧନ ସାହୁ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply