Home / ମୁଖ୍ୟ ଖବର / ସାକ୍ଷୀଗୋପାଳ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଚଢ଼ାଉ — ୩୦ କେଜି ସ୍ୱାସ୍ଥ୍ୟକର ଖାଦ୍ୟ ଧ୍ୱଂସ, ୨୬,୫୦୦ ଟଙ୍କା ଜରିମାନା

ସାକ୍ଷୀଗୋପାଳ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଚଢ଼ାଉ — ୩୦ କେଜି ସ୍ୱାସ୍ଥ୍ୟକର ଖାଦ୍ୟ ଧ୍ୱଂସ, ୨୬,୫୦୦ ଟଙ୍କା ଜରିମାନା

whatsapp image 2026 02 19 at 7.42.54 pm

ପୁରୀ: ୧୯.୦୨.୨୦୨୬ – ସାକ୍ଷୀଗୋପାଳ ବଜାର ଅଞ୍ଚଳରେ କିଛି ମିଠା ଓ ଜଳଖିଆ ଦୋକାନ, ଫାସ୍ଟଫୁଡ୍ ସେଣ୍ଟର ଏବଂ ହୋଟେଲଗୁଡ଼ିକରେ ଅସ୍ୱାସ୍ଥ୍ୟକର ପରିବେଶରେ ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ହେଉଥିବା ବିଷୟରେ ଦୀର୍ଘଦିନ ଧରି ଅଭିଯୋଗ ମିଳୁଥିଲା। ଏହାକୁ ଗୁରୁତ୍ୱ ଦେଇ ଖାଦ୍ୟ ସୁରକ୍ଷା ବିଭାଗ, ତହସିଲ ପ୍ରଶାସନ ଓ ପୋଲିସ ମିଳିତ ଭାବେ ହଠାତ୍‌ ଚଢ଼ାଉ କରିଥିଲେ।

ଯାଞ୍ଚ ସମୟରେ ଅନେକ ଦୋକାନରୁ ବହୁ ପରିମାଣର ବାସି ମିଠା ଓ ଖାଦ୍ୟ ସାମଗ୍ରୀ ଜବତ କରି ନଷ୍ଟ କରାଯାଇଥିଲା। ଅନେକ ସ୍ଥାନରେ ସଫାସୁଥଳା ବ୍ୟବସ୍ଥା ନଥିବା ସହିତ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ନିୟମବିରୋଧୀ ଥିବା ଦେଖାଯାଇଥିଲା। କିଛି ବ୍ୟବସାୟୀଙ୍କ ପାଖରେ ଆବଶ୍ୟକ ଲାଇସେନ୍ସ ମଧ୍ୟ ନଥିବାରୁ ସେମାନଙ୍କୁ ସତର୍କ କରାଯାଇଥିଲା।

ଏହି ଅଭିଯାନ ସମୟରେ ବିଭିନ୍ନ ମିଠା ଦୋକାନ ଓ ହୋଟେଲଗୁଡ଼ିକର ସଂପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ତଦନ୍ତରେ ପ୍ରାୟ ୩୦ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ଓ ନଷ୍ଟ ଖାଦ୍ୟ ସାମଗ୍ରୀ ଜବତ କରି ସ୍ଥଳେ ଧ୍ୱଂସ କରାଯାଇଥିଲା। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟବସାୟୀମାନଙ୍କ ଠାରୁ ମୋଟ ୨୬,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟରେ ରଖି ଏପରି ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply