Home / ମୁଖ୍ୟ ଖବର / କୁଣ୍ଡେଇବେଣ୍ଟ ସାହି ଅଞ୍ଚଳରେ ଏକ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି

କୁଣ୍ଡେଇବେଣ୍ଟ ସାହି ଅଞ୍ଚଳରେ ଏକ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି

whatsapp image 2026 02 19 at 9.08.31 pm

ପୁରୀ: ୧୯/୨/୨୦୨୬ – ପୁରୀ ସହରରେ ଆସନ୍ତା ସହିଯାତ ଯାତ୍ରା–୨୦୨୬ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ଆଜି କୁଣ୍ଡେଇବେଣ୍ଟ ସାହି ଅଞ୍ଚଳରେ ଏକ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି। ସଭାଟିଙ୍କୁ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ସଭାରେ ପୋଲିସ ଅଧିକାରୀମାନଙ୍କ ସହ କୁଣ୍ଡେଇବେଣ୍ଟ ସାହିର ସ୍ଥାନୀୟ କମିଟି ସଦସ୍ୟ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

ଏହି ସମନ୍ୱୟ ସଭାରେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡ଼ିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଟ୍ରାଫିକ ଡ଼ିଏସପି ଶ୍ରୀ ରାଜକୁମାର ପରିଡା, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଂଗୀତା ଦାଶ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ସଭାରେ ସହିଯାତ ଯାତ୍ରା ୨୦୨୬ ଅବସରରେ ଭିଡ଼ ନିୟନ୍ତ୍ରଣ, ଆପାତକାଳୀନ ସେବା ଓ ସାଧାରଣ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାତ୍ରା ସମୟରେ ସାହି ମାଧ୍ୟମରେ ଯାଉଥିବା ପ୍ରମୁଖ ରୁଟ, ବିକଳ୍ପ ରୁଟ ଚିହ୍ନଟ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଏସ୍ପି ପୁରୀ ସଭାରେ ଉପସ୍ଥିତ ସ୍ଥାନୀୟ ସାହି କମିଟି ସଦସ୍ୟମାନଙ୍କୁ ସହଯୋଗ ପାଇଁ ଅନୁରୋଧ କରି କହିଥିଲେ ଯେ, ପୋଲିସ–ଜନସାଧାରଣ ସମନ୍ୱୟ ଦ୍ୱାରା ମାତ୍ର ଏପରି ପାରମ୍ପରିକ ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିହେବ। ସାହି ଭିତର ରାସ୍ତା ସଫା ସୁତୁରା ରଖିବା, ଅବୈଧ ପାର୍କିଂ ରୋକିବା, ବିଦ୍ୟୁତ ତାର ଓ ଅସ୍ଥାୟୀ ଟେଣ୍ଟ ଯାଞ୍ଚ କରିବା ପାଇଁ ସ୍ଥାନୀୟ କମିଟିଙ୍କ ସହଯୋଗ କାମନା କରାଯାଇଥିଲା।

ଟ୍ରାଫିକ ଡ଼ିଏସପି ପକ୍ଷରୁ ଯାତ୍ରା ଦିନ ଓ ପୂର୍ବରୁ କିଛି ଦିନ ବିଶେଷ ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯିବା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ପ୍ରମୁଖ ସ୍ଥାନରେ ଡାଇଭର୍ସନ କରାଯିବ। ଆବଶ୍ୟକତାନୁସାରେ ଅତିରିକ୍ତ ପୋଲିସ ଓ ଟ୍ରାଫିକ କର୍ମଚାରୀ ମୋତାୟନ କରାଯିବ।

ଡ଼ିଏସପି ସିଟି ଓ ଟାଉନ ଥାନା ପକ୍ଷରୁ ସାହି ଅଞ୍ଚଳର ସମ୍ବେଦନଶୀଳ ସ୍ଥାନ, ସଂକୀର୍ଣ୍ଣ ରାସ୍ତା ଓ ଭିଡ଼ ହେବା ସମ୍ଭାବନା ଥିବା ପଏଣ୍ଟଗୁଡ଼ିକର ତାଲିକା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତି ନେବାକୁ କୁହାଯାଇଥିଲା। ଯାତ୍ରା ସମୟରେ ସିସିଟିଭି ରେ ନଜର ସହ, ପାଟ୍ରୋଲିଂ ଓ କ୍ୱିକ୍ ରିସ୍ପୋନ୍ସ ଟିମ୍ ସଜାଗ ରହିବ। ସ୍ଥାନୀୟ ସାହି ପ୍ରତିନିଧିମାନେ ମଧ୍ୟ ତାଙ୍କର ସମସ୍ୟା ଓ ପ୍ରସ୍ତାବ ସଭାରେ ଉପସ୍ଥାପନ କରିଥିଲେ। ପୋଲିସ ପକ୍ଷରୁ ସେଗୁଡ଼ିକୁ ଗୁରୁତ୍ୱ ସହ ନେଇ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି।

ପୁରୀ ପୋଲିସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଆଗାମୀ ସହିଯାତ ଯାତ୍ରା ସମୟରେ ଟ୍ରାଫିକ ନିୟମ ମାନିବା, ପୋଲିସଙ୍କୁ ସହଯୋଗ କରିବା ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରାଯାଉଛି।

ସମସ୍ତଙ୍କ ମିଳିତ ପ୍ରୟାସରେ ଯାତ୍ରାଟି ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ ହେବ ବୋଲି ପୁରୀ ପୋଲିସ ଆଶା ବ୍ୟକ୍ତ କରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply