Home / ମୁଖ୍ୟ ଖବର / ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

whatsapp image 2026 02 19 at 9.11.14 pm

ପୁରୀ ୧୯/୨ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିନା ସଫଳତା ଅସମ୍ଭବ।ନିଜର ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ଉଦ୍ୟମ ସହ ନିଷ୍ଠା ଜାରି ରଖିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋରୀ ବାଳିକା ମାନଙ୍କ ଦିନିକିଆ ଜିଲ୍ଲା ସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ପରିଡା ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଅନେକ ବ୍ୟବସ୍ଥା ରହିଛି।ପିଲା ମାନେ ନିଜ ଇଛା, ଆଗ୍ରହ ବା ଦକ୍ଷତା ଆଧାର ରେ ଏହାକୁ ଚୟନ କରି ନିଜକୁ ସକ୍ଷମ ଓ ସୁଦୃଢ କରିବାର ଆବଶ୍ୟକତା ରହିଛି।ସେମାନେ ଚାହିଁଲେ ନିଯୁକ୍ତି ପାଇଁ କାର୍ଯ୍ୟ କରିପାରିବେ ଅଥବା ନିଜର ଉଦ୍ୟୋଗ କରି ନିଯୁକ୍ତି ଦାତା ହୋଇ ପାରିବେ ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ଭରି ରହିଛି।ଏହାର ଉନ୍ମେଷ ଘଟିଲେ ତାହା ସମାଜର ସମ୍ବଳ ପାଲଟିବ।ଏହି ଭଳି ପ୍ରଶିକ୍ଷଣ ଶିବିର ସେମାନ ଙ୍କୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବ ବୋଲି ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ଏହି କର୍ମଶାଳା କିଶୋର କିଶୋରୀ ମାନଙ୍କୁ ନୂଆ ସମ୍ଭାବନା ଦିଗରେ ସାହାଯ୍ୟ କରିବ ବୋଲି କହିଥିଲେ।ମାଷ୍ଟର ଟ୍ରେନର ଭାବେ ଦକ୍ଷତା ବିକାଶ ଅଧିକାରୀ ପ୍ରଭାତ କୁମାର ବସ୍ତି, ଇଂରାଜୀ ଶିକ୍ଷୟତ୍ରୀ ପଞ୍ଚମୀ ପଦ୍ମସେନା,କମ୍ପ୍ୟୁଟର ଶିକ୍ଷୟତ୍ରୀ ପଜ୍ଞା ପରମିତା ଜେନା,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ସୁପରଭାଇଜର ବାଲ୍ଯ ବତୀ ମହାନ୍ତି, ଜିଲ୍ଲା ସଂଯୋଜକ ବିଦ୍ୟାଧର ମଲ୍ଲିକ, ସମସ୍ତ ସିଡିପିଓ, ସୁପରଭାଇଜର ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply