Home / ମୁଖ୍ୟ ଖବର / ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଆଧାର ସ୍ତର -୧ର ମାତୃ ସମ୍ମିଳନୀ ।

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଆଧାର ସ୍ତର -୧ର ମାତୃ ସମ୍ମିଳନୀ ।

ନୟାଗଡ଼,ତା-୧୯.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ଠାରେ ଶିଶୁବାଟିକା ଆଧାରସ୍ତର -୧ ର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି , ଦଶପଲ୍ଲା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଉମାକାନ୍ତ ତ୍ରିପାଠୀ, ବିଦ୍ୟା ମନ୍ଦିର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ଓ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିଶୁବାଟିକା ପ୍ରମୁଖ ମାନନୀୟା

ଶ୍ରୀମତୀ ଭାଗ୍ୟଲତା ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଉମାକାନ୍ତ ତ୍ରିପାଠୀ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଶିଶୁ ଭାଇଭଉଣୀ ମାନେ ଗୀତ ଗାଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଭାଗ୍ୟଲତା ସାହୁ ଶିଶୁବିକାଶରେ ପରିବାରର ଭୂମିକା ସମ୍ପର୍କରେ ବିଭିନ୍ନ ପ୍ରେରଣାଦାୟୀ କଥା ରଖିଥିଲେ। ଉତ୍ତମ ଶିଶୁଗଠନ ନିମନ୍ତେ ଉତ୍ତମ ମାତାପିତା ସମ୍ପର୍କେ, ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶାରୀରିକ, ମାନସିକ, ବୌଦ୍ଧିକ, ଆତ୍ମିକ, ପ୍ରାଣିକ ବିକାଶର ଉନ୍ନତି ସାଧନ। ଷୋଡଶ ସଂସ୍କାର ବ୍ୟବସ୍ଥା, ପଞ୍ଚ ମହାଭୂତ, ଶିଶୁଙ୍କ ମନରେ ଭୟ ମନୋଭାବ ଦୂରେଇ ଶିଶୁଙ୍କୁ ସ୍ୱାଧୀନତା ଦେବା ସହ ଶିଶୁର ଆତ୍ମସମ୍ମାନର ସୁରକ୍ଷା କରିବା। ଆନନ୍ଦମୟ ଶିକ୍ଷା, କ୍ରିୟାକଳାପ ମାଧ୍ୟମରେ ଶିକ୍ଷା, ସାତ୍ତ୍ଵିକ ମା’ ଙ୍କ ହାତରନ୍ଧା ଭୋଜନ, ଶିଶୁଙ୍କ ମନରେ ସେବା, ସହଯୋଗ,ସ୍ନେହ, ଆଧ୍ୟାତ୍ମିକ ମନୋଭାବ ବୃଦ୍ଧି କରିବା ସମ୍ପର୍କରେ କହିଥିଲେ। ଚର୍ଚ୍ଚା କାଳାଂଶ ରେ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି ଶିଶୁର ଅଧିକ ନିକଟତର ହେବା ଓ ଶିଶୁଟିଏ ପାଇଁ ମା’ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିଥିଲେ। ଶିଶୁ ଶିକ୍ଷାରେ ପ୍ରଚଳିତ ଭ୍ରାନ୍ତ ଧାରଣା, ତା’ର ନିରାକରଣ ଓ ଶିଶୁର ଆହାର ଓ ମାଆ ମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ତ୍ରିପାଠୀ ବିଦ୍ୟାଳୟ ର ମୁଖ୍ୟ ଅଙ୍ଗ ଅଭିଭାବକ ମାନଙ୍କୁ ଶିଶୁଙ୍କୁ ସୁନା ଭଳି ଚକ୍ ଚକ୍ କରିବା, ଶିଶୁଙ୍କୁ ବଡ଼ ମଣିଷ ନୁହେଁ ପ୍ରଥମେ ଭଲ ମଣିଷ କରିବା ଚିନ୍ତା, ମୋବାଇଲ ର କୁପ୍ରଭାବ, ପ୍ରହଲ୍ଲାଦ ଓ ଅଭିମନ୍ୟୁ ଲବକୁଶ ଙ୍କ ଜୀବନରେ ମା’ଙ୍କ ଭୂମିକା, ଶିଶୁଙ୍କୁ ସୁନାଗରିକ କରିବା ପାଇଁ ନିଜର କର୍ତ୍ତବ୍ୟ କରିବା ପାଇଁ ପରାମର୍ଶ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମା’ ମାନେ ବନ୍ଦେ ମାତରମ କରିବା ସହ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply