କାକଟପୁର ୨0/୪ :-(ତୁଷାର ଦୀକ୍ଷିତ ) କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠ ରେ ଅକ୍ଷୟତୃତୀୟା ଠାରୁ ବାହାର ଚନ୍ଦନ ଯାତ୍ରା ମହାସମାରୋହ ରେ ଆରମ୍ଭ ହୋଇଛି l ପୁରୀ ଶ୍ରୀମନ୍ଦିର ଭଳି ବାର ମାସ ରେ ତେର ପର୍ବ ପାଳିତ ହୋଇଥାଏ l ତନ୍ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ l ଯାହାକି ଦୀର୍ଘ ବାଇଶି ଦିନ ଧରି ଚାଲିଥାଏ l ଏହା ଅକ୍ଷୟତୃତୀୟl ଠାରୁ ଆରମ୍ଭ ହୋଇ ବାଇଶି ଦିନ ଚାଲିବା ପରେ ହଳଦୀ ପାଣି ରେ ସମାପ୍ତ ହୋଇଥାଏ l ପ୍ରତ୍ୟହ ସନ୍ଧ୍ୟା ଆଳତୀ ପରେ ବେଢ଼ା ରେ ଥିବା ରାଧାକୃଷ୍ଣ ଜୀଉ ଙ୍କୁ ଏକ ସୁସଜ୍ଜିତ ମଣି ବିମାନରେ ବସାଯାଇ ଘଣ୍ଟ, ଘଣ୍ଟା, ମାର୍ଦଳ, ଢୋଲ, ମହୁରୀ ଆଦି ପାରମ୍ପରିକ ବାଦ୍ୟ ବଜାଯାଇ ନିକଟସ୍ଥ ପ୍ରାଚୀ ନଦୀର ଚନ୍ଦନ ଘାଟ କୁ ନିଆଯାଇଥାଏ l ସେଠାରେ ଜୀଉ ମାନଙ୍କୁ ଚନ୍ଦନ, କର୍ପୁର, ଚୁଆ, ହଳଦୀ, କସ୍ତୁରୀ ଆଦି ମିଶ୍ରିତ ପାଣିରେ ସ୍ନାନ କରାଯିବା ପରେ ବାଳ ଧୂପ କରାଯାଇ ବନ୍ଦାପନା କରାଯାଇଥାଏ l ପରେ ପରେ ଶ୍ରୀ ଜୀଉ ମାନଙ୍କୁ ଏକ ଡ଼ଙ୍ଗା ରେ ବସାଇ ଚାପ ଖେଳାଯାଇଥାଏ l ପରେ ରାଧାକୃଷ୍ଣ ଙ୍କୁ ମନ୍ଦିର ପ୍ରତ୍ୟାବର୍ତନ ବାଟରେ ବିଭିନ୍ନ ସ୍ଥାନରେ ପଂକ୍ତି ଭୋଗ କରାଯାଇ ସ୍ୱମନ୍ଦିର କୁ ଫେରିଥାଆନ୍ତି l ପ୍ରବଳ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଦେବୀ ଦେବତା ମାନଙ୍କ ର ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ l
ମଙ୍ଗଳା ମନ୍ଦିର ରେ ଚନ୍ଦନଯାତ୍ରା ଆରମ୍ଭ l
No Comments
April 21, 2026 5:18 pm

Previous Article
Next Article

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ସମାରୋହ ଅନୁଷ୍ଠିତ।-ବିବାହ କଲେ ୬୭ ବର କନ୍ୟା,ପରିବାର ଦେଲେ ସରକାର ଙ୍କୁ ଧନ୍ୟବାଦ
ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଆଧାର ସ୍ତର -୧ର ମାତୃ ସମ୍ମିଳନୀ ।

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





