Home / ମୁଖ୍ୟ ଖବର / ସୁଭଦ୍ରା ଶକ୍ତି ମେଳା ଆମ ଶକ୍ତି ପ୍ରଦର୍ଶନ ର ମାଧ୍ୟମ

ସୁଭଦ୍ରା ଶକ୍ତି ମେଳା ଆମ ଶକ୍ତି ପ୍ରଦର୍ଶନ ର ମାଧ୍ୟମ

whatsapp image 2025 12 04 at 20.13.28 df055e40

ପୁରୀ ୪/୧୨ ସୁଭଦ୍ରା ଶକ୍ତି ମେଳା ଆମ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ ର ଶକ୍ତି କ୍ଷେତ୍ର ପାଲଟିଛି।ଆମେ ଯେଉଁ ଉତ୍ପାଦ କରୁଛୁ ତାହାର ପ୍ରଦର୍ଶନ ଓ ବିକ୍ରି ସୁଭଦ୍ରା ଶକ୍ତି ମେଳାରେ କରିବା ସହ ଆମ ଆର୍ଥିକ ସ୍ଥିତି କୁ ମଜବୁତ କରି ପାରୁଛୁ ବୋଲି କହିଛନ୍ତି ଉତ୍ପାଦକ ଗୋଷ୍ଠୀର ମା ମାନେ।କୋଣାର୍କ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଛି ସୁଭଦ୍ରା ଶକ୍ତି ମେଳା।ଗତ ୧ ତାରିଖ ଠାରୁ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

whatsapp image 2025 12 04 at 20.13.28 c586b34b

ରାଜ୍ୟର ବିଭିନ୍ନ ଜିଲ୍ଲା ର ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦକ କୁ ଏଠାରେ ପ୍ରଦର୍ଶିତ କରି ଲୋକ ମାନଙ୍କୁ ଆକୃଷ୍ଟ କରୁଛନ୍ତି।କୋରାପୁଟ ରୁ ଆସିଥିବା ବିନାୟକ ଗୁଣ୍ଠ ଯିଏ ପାରମ୍ପରିକ ଖାଦ୍ୟ ଶସ୍ୟ ଓ ମସଲା,ଦେଶୀ ନାଲି ଚାଉଳ ହଳଦୀ,ମାଣ୍ଡିଆ ଇତ୍ୟାଦି ବିକ୍ରି କରି ଖୁସି ଅଛନ୍ତି।ସେହିପରି ଅନୁଗୁଳ ବଡଯୋରଡାର ଲିପିକା ପ୍ରଧାନ ବସ୍ତ୍ର, କନ୍ଧମାଳ ଟିକାବାଲିର ନର୍ମଦା ମଲ୍ଲିକ ହଳଦୀ, କୋଳଥ, ବିରି ଇତ୍ୟାଦି ଖାଦ୍ୟ ସାମଗ୍ରୀ,ପିପିଲି ନିଜିଗଡ କୁରକ୍ଷୀ ସଞ୍ଜୟ ପରିଡା ଟେରାକୋଟା ସାମଗ୍ରୀ,ହିନ୍ଦୋଳ ଢେଙ୍କାନାଳର ବେବିନା ରାଉତ ଟେଲରିଂ ସାମଗ୍ରୀ,,ରାୟଗଡା ର ଆପାଲାମା ପାଲାକା ଝାଡୁ ବ୍ୟବସାୟ କରିବାକୁ ଆସିଛନ୍ତି।ଏଠାରେ ପ୍ରଥମ ଥର ମେଳା ହେଉଛି।ବିକ୍ରି ଯେଉଁ ଭଳି ହେଉଛି ତାହା ସନ୍ତୋଷଜନକ। ଏଠାରେ ଯଦି ନିୟମିତ ମେଳା ହୁଅନ୍ତା ତେବେ ଲୋକ ଙ୍କୁ ଆକୃଷ୍ଟ କରିବ ଓ ଆମର ବ୍ୟବସାୟ ଭଲ ହେବ ବୋଲି କହିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ।ଖାଦ୍ୟ ମେଳା ମଧ୍ୟ ପର୍ଯ୍ଯଟକ ଙ୍କ ଆକର୍ଷଣ ର କେନ୍ଦ୍ର ସାଜିଛି। ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶନ ଶକ୍ତି ର ସମ୍ପୂର୍ଣ୍ଣ ଟିମ ମେଳା କୁ ସରସ ସୁନ୍ଦର କରିବାକୁ ଯତ୍ନବାନ ଅଛନ୍ତି।୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।ପ୍ରତି ସଂଧ୍ୟାରେ ସୁଭଦ୍ରା ଶକ୍ତି ମେଳା ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply