Home / ମୁଖ୍ୟ ଖବର / ଶ୍ରୀଅଲାରନାଥ ଙ୍କ ପୁନଃ ପ୍ରଚଳନ ହେଲା ବଡ ସିଂହାର ବେଶ-ଖୁସି ବ୍ୟକ୍ତ କଲେ ସେବାୟତ ଓ ଶ୍ରଦ୍ଧାଳୁ।

ଶ୍ରୀଅଲାରନାଥ ଙ୍କ ପୁନଃ ପ୍ରଚଳନ ହେଲା ବଡ ସିଂହାର ବେଶ-ଖୁସି ବ୍ୟକ୍ତ କଲେ ସେବାୟତ ଓ ଶ୍ରଦ୍ଧାଳୁ।

ବ୍ରହ୍ମଗିରି/ପୁରୀ ୨/୭ ଆନନ୍ଦରେ ଅଶ୍ରୁ ଝରାଇଲେ ଶ୍ରଦ୍ଧାଳୁ, ଭକ୍ତ।ଖୁସି ବ୍ୟକ୍ତ କଲେ ସେବାୟତ।ଅନେକ ବର୍ଷ ଧରି ମହାପ୍ରଭୁ ଶ୍ରୀ ଅଲାରନାଥ ଙ୍କ ବନ୍ଦ ଥିବା ବଡସିଂହାର ବେଶ ର ହୋଇଛି ପୁନଃ ପ୍ରଚଳନ।ଅନବସରର ଦ୍ୱିତୀୟ ଦିନରେ ବ୍ରହ୍ମଗିରି ର ଶୀଅଲାରନାଥ ପୀଠ ରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହୋଇଥିଲା।ବହୁ ଦିନର ବ୍ୟବଧାନ ପରେ ଏହି ମନୋରମ, ଅପୂର୍ବ, ମନୋମୁଗ୍ଧକର ବେଶକୁ ଦେଖି ଭକ୍ତ, ଶ୍ରଦ୍ଧାଳୁ ମାନେ ବିମୋହିତ ହୋଇ ପଡିଥିଲେ।ଖୁସି ରେ ବହି ଯାଉଥିଲା ଆନନ୍ଦାଶ୍ରୁ।ଚଳିତ ବର୍ଷ ର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ସେବାୟତ ଓ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାନେ ବଡସିଂହାର ବୃଶ ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପରେ ଶ୍ରୀମନ୍ଦିର ସେବାୟତ ଙ୍କ ପରାମର୍ଶ ଅନୁସାରେ ଏହାର ପୁନଃ ପ୍ରଚଳନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ବ୍ରହ୍ମଗିରି ତହସିଲଦାର ଦେବାଶିଷ ସେଠୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଉପ ଜିଲ୍ଲାପାଳ ଓ ତହସିଲଦାର ଶ୍ରୀ ଅଲାରନାଥ ମହାପ୍ରଭୁଙ୍କ ସେବାୟତ ମଣ୍ଡଳୀ ସହ ଆଲୋଚନା ବୈଠକ ପରେ ଏହାକୁ ଗତକାଲି ଠାରୁ କାର୍ଯ୍ୟ କାରୀ କରାଯାଇଛି।ସେହିପରି ପୂର୍ବ ନିଷ୍ପତ୍ତି ଅନୁସାରେ ଶ୍ରୀ ଅଲାରନାଥ ଙ୍କ କୋଠ ଭୋଗ ଭିତରେ ଭୋଗ ଲାଗିବାର ବ୍ୟବସ୍ଥା କରାଯାଇଥିବା ବେଳେ ଜଜମାନୀ ଭୋଗ ବାହାରେ ହୋଇଥିଲା।ଜିଲ୍ଲାପାଳ ଙ୍କ ସହ ସେବାୟତ ମାନଙ୍କର ଆଲୋଚନା ମାଧ୍ୟମରେ ହୋଇଥିବା ଏହି ନିଷ୍ପତ୍ତି ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ଅଧିକ ସୁବିଧା ହୋଇଥିଲା।ଏଥିପାଇଁ ଶ୍ରଦ୍ଧାଳୁ ମାନେ ଆନନ୍ଦ ପ୍ରକାଶ କରିବା ସହ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply