Home / ମୁଖ୍ୟ ଖବର / ନିର୍ମାଣରେ  ଅବହେଳା କରିବା ବିରୁଦ୍ଧରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ରାଜପଥ ୩୧୬ ଅବରୋଧ 

ନିର୍ମାଣରେ  ଅବହେଳା କରିବା ବିରୁଦ୍ଧରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ରାଜପଥ ୩୧୬ ଅବରୋଧ 

whatsapp image 2025 11 12 at 19.07.35 2bbbb87d

ପୁରୀ, ୧୨/୧୧/୨୦୨୫- ଦିବା ଘ୧୧.୦୦ମି ସମୟରେ ଚଉରା ଛକ, ମାଟିଆପଡା, ପୁରୀ ଠାରେ ସିଦ୍ଧମହାବୀର-ମାଟିଆପଡା ରୋଡ଼ ଓଭରବ୍ରିଜ ନିର୍ମାଣରେ ବିଳମ୍ବ ଏବଂ ଦୁଇ ପାର୍ଶ୍ଵ ରାସ୍ତା (ଆପ୍ରୋଚ ରୋଡ଼) ନିର୍ମାଣରେ ଜାଣିଶୁଣି ଅବହେଳା କରିବା ବିରୁଦ୍ଧରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ରାଜପଥ ୩୧୬ ଅବରୋଧ କରିବା ସଫଳ ହୋଇଛି ।

whatsapp image 2025 11 12 at 19.07.35 38fcaf09

୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଓ ପରିବହନ ମନ୍ତ୍ରଣାଳୟ ଦ୍ବାରା ସ୍ବୀକୃତି ମିଳିଥିଲା ଏବଂ ୨୦୨୧ ମସିହାରେ ଭୂଅର୍ଜନ ବା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ୨୦୨୨ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହେବାର ଥିଲା ବିଳମ୍ବିତ ହୋଇ ଶେଷରେ ମାର୍ଚ୍ଚ, ୨୦୨୫ ସୁଦ୍ଧା ରୋଡ଼ ଓଭରବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହେବାର ଡେଡ ଲାଇନ ରଖାଯାଇଥିଲା ମାତ୍ର ସରକାରୀ ଉଦାସୀନତା ଯୋଗୁଁ ଏ ପର୍ଯ୍ୟନ୍ତ ଓଭରବ୍ରିଜ କାର୍ଯ୍ୟ ୫୦% ସଂପୂର୍ଣ୍ଣ ହୋଇନଥିବାରୁ ଏହା ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା, ବିଦ୍ୟାର୍ଥୀ, ଦମକଳ, ଆମ୍ବୁଲାନ୍ସ ଆଦି ଯିବାରେ ଅହେତୁକ ଅସୁବିଧା ହେଉଛି । 

ଅସୁବିଧାର ମୁଖ୍ୟ କାରଣ ହେଉଛି ନିର୍ମାଣାଧୀନ ଓଭରବ୍ରିଜ ଦୁଇ ପାର୍ଶ୍ଵ ରେ ଆପ୍ରୋଚ ରୋଡ଼ ନିର୍ମାଣ କରି ପରବର୍ତ୍ତୀ ସମୟରେ ଓଭରବ୍ରିଜ ନିର୍ମାଣ ନିୟମ ଥାଇ ମଧ୍ୟ ଠିକା ସଂସ୍ଥା ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା କିମ୍ବା ମୋଟା ଧରଣର ପିସି କାରବାର କାରଣରୁ ଆଜି ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ସର୍ଭିସ୍ ରୋଡ଼ ନିର୍ମାଣ ହୋଇପାରିନାହିଁ ଯେଉଁଥି ପାଇଁ ଦୈନିକ ଯାତାୟାତ ରେ ଅସୁବିଧା ତଥା ଦୁର୍ଘଟଣା ଦେଖିବାକୁ ମିଳୁଛି । ଏଣୁ ତୁରନ୍ତ ଦୁଇ ପାର୍ଶ୍ଵ ରାସ୍ତା ନିର୍ମାଣ ସହିତ ରୋଡ଼ ଓଭରବ୍ରିଜ ନିର୍ମାଣ ଦାବିରେ ପୁରୀ ଜିଲ୍ଲା କଂଗ୍ରେସ କମିଟି, ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଆଜି ମାଟିଆପଡା ଠାରେ ରାସ୍ତା ରୋକ କରାଯାଇଥିଲା ଏବଂ ଜାତୀୟ ରାଜପଥ ପ୍ରାଧିକରଣ,‌ସୁପରିଟେନଣ୍ଡେଟ ଇଂଜିନିୟର ଙ୍କ ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ରାସ୍ତା କାମ ଚଳିତ ମାସ ୨୦ ତାରିଖ ସୁଦ୍ଧା ଆରମ୍ଭ କରିବା ଯୋଗୁଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏବଂ ଏଥିରେ ‌ଅବହେଳା ହେଲେ ଆନ୍ଦୋଳନ ତିବ୍ରତର କରାଯିବ । ଏଥିରେ ଉତ୍ତମ ଆଚାର୍ଯ୍ୟ, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର, ଅମରେନ୍ଦ୍ର ପାଇକରାୟ, ସିତାକାନ୍ତ ମହାନ୍ତି, ସୁଜିତ ମହାପାତ୍ର, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ସୁରେନ୍ଦ୍ର ପାଇକରାୟ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ସସ୍ମିତା ସ୍ବାଇଁ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ଉମାକାନ୍ତ ବେହେରା, ଆଡଭୋକେଟ୍ ପାଣ୍ଡି ବାବୁ, ଅମିୟ କୁମାର ମହାପାତ୍ର, ମନୋଜ ମହାପାତ୍ର, ବିଶ୍ୱରଂଜନ ସାମନ୍ତରାୟ ଏବଂ ଶତାଧିକ ସ୍ଥାନୀୟ ଅଧିବାସୀଙ୍କ ସମେତ ବହୁ ସଂଖ୍ୟକ ସାଧାରଣ ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply