Home / ମୁଖ୍ୟ ଖବର / ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୩୨୦ଟି ମାମଲା ଫଏସଲା ।

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୩୨୦ଟି ମାମଲା ଫଏସଲା ।

ନୟାଗଡ଼,ତା-୧୨.୯.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୧୧ଟି ସାଲିସଯୋଗ୍ୟ ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା । ୮ଟି ଏନ.ଆଇ ଆକ୍ଟ ମାମଲାର ଫଇସଲା ହୋଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୧୭ ଜଣ ଋଣ ଗ୍ରହିତାଙ୍କଠାରୁ ୩୪,୮୭,୪୯୩ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୮,୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଟ୍ରାଫିକ ଚାଲାଣ ବାବଦକୁ ୧୦୩୪ ମାମଲା ଫଇସଲା କରାଯାଇ

୩୪,୨୨,୧୯୪ ଟଙ୍କା ଆଦାୟ କରଯାଇଥିଲା । ସେହିପରି ୧୯୨୩ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୯,୨୨,୯୯୮ ଟଙ୍କା ଆଦାୟ କରଯାଇଥିଲା । ୧୯ଟି ସାଲିସଯୋଗ୍ୟ ଟେଲିଫୋନ ବିବାଦ ମାମଲାର ସମାଧାନ କରାଯାଇ, ୬୩,୦୯୯ ଟଙ୍କା ଆଦୟ କରାଯାଇଥିଲା । ୧୨ଟି ବିବାହ ଜନିତ ମାମଲାର ଫଇସଲା କରାଯାଇ ଦାମ୍ପତ୍ୟ ଜୀବନର ପୁନଃସ୍ଥାପନ କରଯାଇଥିଲା । ତତସହିତ ୬ଟି ପ୍ରି-ଇନ୍‌ଷ୍ଟିଟ୍ୟୁସନ୍ କୋର୍ଟ୍‌ ରେଫର୍ କରାଯାଇଥିବା ପାରିବାରିକ ବିବାଦର ନିଷ୍ପତ୍ତି କରାଯାଇଥିଲା । ୨ଟି ଉପଭୋକ୍ତା ବିବାଦର ସମାଧାନ କରାଯାଇ ୩,୪୮,୫୪୬ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଅଜନ୍ତା ଷଡଙ୍ଗୀ , ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀମତୀ ରିଜା ରାୟ , ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ ,ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି (ଏଲ.ଆର ଆଣ୍ଡ ଏଲ.ଟି.ଭି) ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ,ଜେ.ଏମ.ଏଫ.ସି ଶୁଶ୍ରିତା ମିଶ୍ର ଏବଂ ଲଲିତା ପାତ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ବରିଷ୍ଠ ଦେୱାନି ବିଚାରପତି ( ମହିଳା ଅଦାଲତ) ସ୍ଵୟଂପ୍ରଭା ଆଚାର୍ୟ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ବରିଷ୍ଠ ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ମହାରଣା, ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ପ୍ରାଧିକରଣ ସଚିବ ପ୍ରାକ-ସୂଚନା ପ୍ରଦାନ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply