Home / ମୁଖ୍ୟ ଖବର / ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ କୃଷ୍ଣ ଜଗଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପାଇଁ ଦାବି ଜୋରଦାର

ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ କୃଷ୍ଣ ଜଗଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପାଇଁ ଦାବି ଜୋରଦାର

whatsapp image 2026 02 23 at 8.58.39 pm

କଣାସ , ତା. ୨୪.୦୨.୨୦୨୬: ବର୍ତ୍ତମାନ ଚାଲିଥିବା ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ କଣାସର ବିଶିଷ୍ଟ ସମାଜସେବୀ ଓ ବିଜେପି ନେତା ଆଦିକନ୍ଦ ଶ୍ରୀଚନ୍ଦନଙ୍କ ପକ୍ଷରୁ ବରିଷ୍ଠ ବ୍ୟକ୍ତିତ୍ୱ କୃଷ୍ଣ ଜଗଦେବଙ୍କୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବିଭିନ୍ନ ମହଳରେ ଏହାକୁ ସମର୍ଥନ ମିଳୁଥିବା ସହ କୃଷ୍ଣ ଜଗଦେବଙ୍କ ଦୀର୍ଘ ସାମାଜିକ ଓ ସଂଗଠନମୂଳକ ସେବାକୁ ମନେ ପକାଯାଉଛି।

ସାମାଜିକ ଓ ସାଂସ୍କୃତିକ ମାର୍ଗରେ ସୁସ୍ଥ, ଶିକ୍ଷିତ, ନିଶାମୁକ୍ତ ଓ ସଂସ୍କୃତିମନସ୍କ ସମାଜ ଗଠନରେ ଜୀବନବ୍ୟାପୀ ଭାବେ ସେବା କରିଆସୁଥିବା କୃଷ୍ଣ ଜଗଦେବଙ୍କୁ ଏକ ପ୍ରଗତିଶୀଳ ଓ ରାଷ୍ଟ୍ରବାଦୀ ନେତା ଭାବେ ଅନେକେ ମତ ପ୍ରକାଶ କରୁଛନ୍ତି। ଦୀର୍ଘଦିନ ଧରି ଦଳର ନିତିନିଷ୍ଠ କର୍ମୀ ଭାବେ କାର୍ଯ୍ୟ କରିଥିବା ସେ ନିଶା ବିରୋଧୀ ଆନ୍ଦୋଳନ, ମାତୃଭାଷା ସୁରକ୍ଷା ଓ ଗରିବ ଲୋକଙ୍କ ଅଧିକାର ପାଇଁ ସଚେତନତା ଅଭିଯାନରେ ସକ୍ରିୟ ଭୂମିକା ନେଇଆସୁଥିବା କୁହାଯାଉଛି।

ସେ ଦୀର୍ଘ ସମୟ ଧରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ବିଜେପି ସଂଗଠନ ସହ ଜଡିତ ରହି ସମାଜସେବାରେ ନିରନ୍ତର କାର୍ଯ୍ୟ କରିଥିବା ଉଲ୍ଲେଖ ହେଉଛି। ତାଙ୍କୁ ରାଜ୍ୟସଭାକୁ ପଠାଯାଇଲେ ଦଳ ନୀତି, ଆଦର୍ଶ ଓ ସେବାକୁ ଗୁରୁତ୍ୱ ଦେଇଥିବାର ସନ୍ଦେଶ ଓଡ଼ିଶାରେ ପହଞ୍ଚିବ ବୋଲି ସମର୍ଥକମାନେ ମତ ପ୍ରକାଶ କରିଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ , ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି , କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ଜୁଏଲ ଓରାମ , ଶ୍ରୀଯୁକ୍ତ ବୈଜନ୍ତ ପଣ୍ଡା , ଶ୍ରୀଯୁକ୍ତ ଭର୍ତୁହରି ମହତାବ , ଶ୍ରୀମତୀ ଅପରାଜିତା ଷଢଙ୍ଗି ଓ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗି ଙ୍କ ଭଳି ଶୀର୍ଷ ନେତାମାନେ ଚାହିଁଲେ ଏହା ସମ୍ଭବ ହୋଇପାରିବ ବୋଲି ମତ ଦିଆଯାଇଛି।

କୃଷ୍ଣ ଜଗଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଦାବି ସହ ସାମାଜିକ ମାଧ୍ୟମରେ ଚର୍ଚ୍ଚା ଜାରି ରହିଥିବାବେଳେ ଦଳ ପକ୍ଷରୁ କୌଣସି ଅଧିକୃତ ପ୍ରତିକ୍ରିୟା ମିଳିନାହିଁ। ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଆଗାମୀ ଦିନରେ ରାଜନୈତିକ ମହଳରେ ଆହୁରି ଚର୍ଚ୍ଚା ବଢ଼ିବ ବୋଲି ଅନୁମାନ କରାଯାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply