ପୁରୀ ୨୯/୧୦ ହବିଷ୍ୟାଳୀ ମାଆ ମାନେ ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ର ବାର୍ତ୍ତା ବହ।ସେମାନଙ୍କ ଶୃଙ୍ଖଳିତ ହବିଷ ବ୍ରତ ପାଳନ ପାଇଁ ସରକାର ଓ ପ୍ରଶାସନ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ମୁଁ ଆଜି ସମସ୍ତ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ପାଇଁ ଆସିଛି।ମାଆ ମାନଙ୍କୁ ସମସ୍ତ ସହଯୋଗ ଓ ପୁରା ମାସ ସାରା ଯେପରି କୌଣସି ଅସୁବିଧା ନ ହୁଏ ତାହାର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଆଜି ଅପରାହ୍ନ ରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୃନ୍ଦାବତୀ ନିବାସ,ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚି ସାହି କଲ୍ୟାଣ ମଣ୍ଡପ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କରିଥିଲେ।ମାଆ ମାନେ ମନ୍ତ୍ରୀ ଙ୍କୁ ଆଶୀର୍ବାଦ କରିବା ସହ ଆଲୋଚନା କରିଥିଲେ।ଆମେ ଭଲରେ ଅଛୁ।

ସକାଳୁ ସ୍ନାନ ଶୌଚାଦି ପରେ ବୃନ୍ଦାବତୀ ପୂଜା, ମହାପ୍ରଭୁ ଙ୍କ ଦର୍ଶନ,ଭଜନ, କୀର୍ତ୍ତନ, ମହାପ୍ରସାଦ ସେବନ ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଖୁବ ଖୁସି ରେ ଅଛୁ ବୋଲି ମାଆ ମାନେ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ।ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସେମାନଙ୍କ ସହ ଆଲୋଚନା କରି ସମଗ୍ର ଓଡିଶା ରୁ ଆସିଥିବା ମାଆ ମାନେ ଯେପରି ସୁରୁଖୁରୁରେ ମାସ ସାରା ହବିଷ ବ୍ରତ କରିବେ ଓ ଭଲରେ ଘରକୁ ଫେରିବେ ସେଥିପାଇଁ ପ୍ରଶାସନ ପଦକ୍ଷେପ ନେଇଛନ୍ତି।ମନ୍ଦିର ଦର୍ଶନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦି ସମସ୍ତ ବ୍ୟବସ୍ଥା ସରକାର କରିଛନ୍ତି।ମାଆ ମାନେ ଘରକୁ ଏକ ସୁଖଦ ଅନୁଭୂତି ନେଇ ଫେରିବେ।ସେମାନେ ସମଗ୍ର ଓଡିଶାର ମଙ୍ଗଳ ପାଇଁ ଏହି ପବିତ୍ର ବ୍ରତ କରୁଛନ୍ତି।ମାଆ ମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଶାସନ ର ନିବେଦନ କୁ ମାଆ ମାନେ ଅନୁପାଳନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନୁରୋଧ କରିଥିଲେ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ,ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ନିଳମାଧବ ଭୋଇ, ସୁଶାନ୍ତ କୁମାର ପତି,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।










