ପୁରୀ : ୧୯/୬/୨୦୨୬ – ସ୍ମୃତିର ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ ଏବଂ ରାଷ୍ଟ୍ରୀୟ ପର୍ଶୁରାମ ପରିଷଦ ନୂଆଦିଲ୍ଲୀ ମିଳିତ ଆନୁକୂଲ୍ୟରେ ତା ୨୧.୭.୨୦୨୬.(ମଙ୍ଗଳବାର) ଓ ୨୨.୭.୨୦୨୬ (ବୁଧବାର) ସଂଧ୍ୟା ୬ଘଣ୍ଟାରୁ ୧୭ତମ ଜାତୀୟ ସ୍ତରୀୟ ରଥଯାତ୍ରା ଭଜନ ସମାରୋହ ଓ ଭଜନ ସମ୍ମାନ – ୨୦୨୬ ମହାସମାରୋହରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠ ଠାରେ ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅନୁଷ୍ଠାନର ସଭାପତି -ସୁରେଶ ଚନ୍ଦ୍ର ବାରିକ, ସମ୍ପାଦକ – ରଜନୀକାନ୍ତ ମିଶ୍ର , କାର୍ଯ୍ୟକାରୀ ସଭାପତି-ଡ ପ୍ରଧାନ ଧୀରେନ୍ ରାୟ, ବିଶିଷ୍ଟ ସମାଜସେବୀ ସୁମିତ୍ରା ପଣ୍ଡା, ଚକ୍ରଧର ମହାପାତ୍ର, ହରିହର ପାଢୀ, ବିଶ୍ୱନାଥ ଜେନା, ସନ୍ଦୀପ କୁମାର ଦାଶ, ଯୁଗଳ ଚନ୍ଦ୍ର ସିହ୍ନା ,ଅଭିମନ୍ୟୁ ଜେନା ସମେତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରୁଥିବା ଆମର ଏ ଅନୁଷ୍ଠାନ ର ସମାରୋହ ରେ ଓଡିଶା ,ଓଡିଶା ବାହାରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିବେ । କଳା ଜଗତର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବ,ସମସ୍ତ ସଂସ୍କୃତିପ୍ରେମୀ ଜନସାଧାରଣ ଙ୍କୁ ସମାରୋହରେ ଉପସ୍ଥିତ ରହି ଭକ୍ତି ରସାମୃତ ପାନ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଅଛି,
୧୭ତମ ଜାତୀୟ ସ୍ତରୀୟ ରଥଯାତ୍ରା ଭଜନ ସମାରୋହ ଓ ଭଜନ ସମ୍ମାନ – ୨୦୨୬











