Home / ମୁଖ୍ୟ ଖବର / ସତ୍ୟବାଦୀର ମଣିଷ ତିଆରି କାରଖାନା ପରିଦର୍ଶନକଲେ ରେଭେନ୍ସାର ଛାତ୍ର ଛାତ୍ରୀ

ସତ୍ୟବାଦୀର ମଣିଷ ତିଆରି କାରଖାନା ପରିଦର୍ଶନକଲେ ରେଭେନ୍ସାର ଛାତ୍ର ଛାତ୍ରୀ

ରେଭେନ୍ସା ବିଶ୍ବ ବିଦ୍ୟାଳୟର ଏଜୁକେସନ ଡିପାର୍ଟମେଣ୍ଟର ସ୍ନାତକ ସମ୍ମାନ ବିଭାଗର ପ୍ରାୟ ଷାଠିଏ ଜଣ ଛାତ୍ର ଛାତ୍ରୀ ଏବଂ ଛଅଜଣ ଏଜୁକେସନ ଅଧ୍ୟାପକ ଷ୍ଟଡି ଟୁର୍‌ରେ ଆସି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ତରଫରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା।ପଂଚସଖା ବାସ କରୁଥିବା ଚାଳଘର,ଗୋପବନ୍ଧୁଙ୍କ ଶେଷ ନିଶ୍ବାସ ସ୍ଥଳୀ,ନୀଳକଣ୍ଠଙ୍କ ଚଉକି,ଆମ୍ର ବନ ଆଦି ବୁଲି ଦେଖିଥିଲେ ଛାତ୍ର ଛାତ୍ରୀ ମାନେ। ବିଦ୍ୟାଳୟର ଅଭିଭାବକ କମିଟିର ସଭାପତି ସନାତନ ସାହୁ,ପୁରାତନ ଛାତ୍ର ତଥା ତୃତୀୟା ଦେବ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ମିଶ୍ର ଏବଂ ବ୍ଲକ ଏଜୁକେସନ ଅଫିସର ଶ୍ରୀମତୀ ଭବମ୍‌ ପ୍ରଧାନ ଉପସ୍ଥିତ ରହି ଅଭ୍ୟର୍ଥନା ପ୍ରଦାନ କରିଥିଲେ।ଗୋପବନ୍ଧୁଙ୍କ ଜୀବନ ଦର୍ଶନ କିପରି ଥିଲା ସେ ସଂକ୍ରାନ୍ତୀୟ କଥାବସ୍ତୁ ବୁଝାଇଥିଲେ ବିଇଓ ଶ୍ରୀମତି ପ୍ରଧାନ। ପଂଚସାଖାଙ୍କ ଆଦର୍ଶରେ ପରିଚାଳିତ ବନ ବିଦ୍ୟାଳୟର ତଥ୍ୟ ଶୁଣାଇଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମିଶ୍ର। ବିଦ୍ୟାଳୟ ପାଖରେ ଅବସ୍ଥିତ ପଂଚସଖା ଲାଇବ୍ରେରି,ପଂଚସାଖାଙ୍କ ସମାଧି ପୀଠ ଓ ବକୁଳ ବନ ବୁଲି ଦେଖିଥିଲେ। ବନ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଅଧ୍ୟାପକ ମାନଙ୍କୁ ବିଦ୍ୟାଳୟର ମୂଖପତ୍ର “ରତ୍ନଚିରା”ଉପହାର ସ୍ବରୂପ ପ୍ରଦାନ କରି ଶୁଭେଚ୍ଛା ଶୁଭକାମନା ଓ ବିଦାୟ ଜଣାଇଥିଲେ। ରେଭେନ୍ସା ବିଶ୍ବ ବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ ଗଣ ଯଥା ଡ. ବିକଳି ଚରଣ ଦାଶ,ଡ. କୂଳମଣି ସାହୁ,ଶ୍ରୀ ପ୍ରଶାନ୍ତ ମଲ୍ଲିକ,ଜଗଦିଶ୍‌ ବିଶ୍ବାଳ,ରାକେଶ କୁମାର ସାହୁ ଓ ମଂଜୁଶ୍ରୀ ପଣ୍ଡା ଖୁସିବ୍ୟକ୍ତ କରିବା ସହ ଐତିହ୍ୟ ସଂପନ୍ନ ବନ ବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply