Home / ମୁଖ୍ୟ ଖବର / ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଅନୁଷ୍ଠିତ।

ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଅନୁଷ୍ଠିତ।

ନୟାଗଡ଼,ତା- ୨୩. ୧୦. ୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ ପଞ୍ଚାୟତ ସମିତି ସଭାଗୃହରେ ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମଲ୍ଲିକ, ସହକାରୀ ଶ୍ରମ ଅଧିକାରୀ ଲୋୟେଷାରାଣୀ ସିଂହ, ମୋନିକା ସେଠ, ପୁଜାରିଣୀ ସାମଲ ଓ ଜ୍ଞାନ ରଞ୍ଜନ ସାହୁ, ମିଶନ ଶକ୍ତି ସଦସ୍ୟା, ଆଇ ସି ଡି ଏସ ପର୍ଯ୍ୟବେକ୍ଷକ, ଶ୍ରମିକ ନେତା ଶ୍ରୀ ଶୂନ୍ୟଜୟୀ ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ସଞ୍ଜୟ ନାୟକ ଓ ପୁଷ୍ପଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ l


ଏଥିରେ ଶିଶୁ ଶ୍ରମିକ ବର୍ଗୀକରଣ, ଏହାର ନିରାକରଣ ଏବଂ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି ଭାବେ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ କିପରି ଗଢିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିଵା ପାଇଁ ସମସ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ, ପଛୁଆ ବର୍ଗରେ ଶିଶୁ ଶ୍ରମିକ ବିରୋଧୀ ଜନ ସଚେତନତା, ଶିଶୁ ଶ୍ରମିକ ଉଦ୍ଧାର ପରେ ସେମାନଙ୍କର ପୁନର୍ବାସ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା l ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଲୋୟେଷାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply