Home / ମୁଖ୍ୟ ଖବର / ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ ତିନୋଟି କେନ୍ଦ୍ର ରେ।

ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ ତିନୋଟି କେନ୍ଦ୍ର ରେ।

ପୁରୀ ୨୩/୧୦ ଚଳିତ ବର୍ଷ ହବିଷ୍ୟାଳୀ ମା ମାନଙ୍କୁ ରଖାଯିବ ତିନି ଗୋଟି କେନ୍ଦ୍ର ରେ।ସେମାନଙ୍କ ସୁସ୍ଥ ଓ ସୁରକ୍ଷିତ ରହଣୀ ସହ ପ୍ରାତଃ କାଳରୁ ବୃନ୍ଦାବତୀ ପୂଜନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ,ଭଜନ, କୀର୍ତ୍ତନ, ପ୍ରବଚନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଛି।ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ଭଦ୍ରକ

ଜିଲ୍ଲାର ହବିଷ୍ୟାଳୀ ମା ମାନେ ରହିବାକୁ ଥିବା ବେଳେ ମୋଚିସାହି କଲ୍ୟାଣମଣ୍ଡପ ରେ ଗଞାମ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ମା ମାନେ ଓ ଅନ୍ୟ ସମସ୍ତ ଜିଲ୍ଲାର ହବିଷ୍ୟାଳୀ ମା ମାନେ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ରହିବେ।ଏହି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଜେ ପରିଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥା କୁ ତ୍ବରାନ୍ବିତ ପ୍ରକ୍ରିୟାରେ ସାରିବାକୁ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଇତି ମଧ୍ୟରେ ସମସ୍ତ କେନ୍ଦ୍ର କୁ ସୁନ୍ଦର ଭାବରେ ସଜାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ପ୍ରଶିକ୍ଷିତ କରାଯାଇଛି।ସ୍ବେଚ୍ଛାସେବୀ ମାନ ଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଛି।
ଆବେଦନ କାରୀ ଙ୍କୁ ଷ୍ଟାଟସ ମାଧ୍ୟମରେ,ସେମାନେ ପଞ୍ଜିକୃତ କରିଥିବା ମୋବାଇଲ ନମ୍ବର ରେ କଲ ମାଧ୍ୟମରେ, ସଂପୃକ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଛି।ଚଳିତ ବର୍ଷ ସମସ୍ତ ଜିଲ୍ଲା ରୁ ହବିଷ୍ୟାଳୀ ମା ମାନଙ୍କ ଆଗମନ ଏକ ଖୁସି ର କଥା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ହବିଷ୍ୟାଳୀ ବ୍ରତ ପାଇଁ ମା ମାନେ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବେ।ସେମାନଙ୍କ ସମସ୍ତ ସୁବିଧା ପାଇଁ ସରକାର ଓ ପ୍ରଶାସନ ବ୍ୟବସ୍ଥା କରିଛନ୍ତି।ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply