Home / ମୁଖ୍ୟ ଖବର / ” ସପ୍ତମଋତୁ ” ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

” ସପ୍ତମଋତୁ ” ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ନୟାଗଡ଼,ତା-୨୪.୧୦.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଇଟାମାଟି ସ୍ଥିତ IIMS ମହାବିଦ୍ୟାଳୟ ପ୍ରାଙ୍ଗଣରେ “ସପ୍ତମଋତୁ” ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ତୃତୀୟ ବାର୍ଷିକ ଏକ ଦିବସୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ଯଜ୍ଞଦତ୍ତ ରଥଙ୍କ ଆବହକତ୍ଵରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଏଥିରେ କଲେଜର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମହାବିଦ୍ୟାଳୟର ସଭାପତି ଶ୍ରୀ ସଞ୍ଜିତ ରୋଶନ ପଟ୍ଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ।


ଉତ୍ସବର ସଭାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ମହାପାତ୍ର , ମୁଖ୍ୟ ଅତିଥି ତଥା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନୟାଗଡ଼ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ , ମୁଖ୍ୟ ବକ୍ତା ତଥା ଓଡ଼ିଆ ସାହିତ୍ୟ ବିଭାଗ ମୁଖ୍ୟ ଉତ୍କଳ ବିଶ୍ୱବଦ୍ୟାଳୟର ଡ. ରମେଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ଲେଖକ ପରିଷଦର ସଂଯୋଜକ ଶେଖ୍ ଅବଦୁଲ ଖାଲିକ , ସମ୍ମାନିତ ଅତିଥି ବିଦୁଲତା ଷଣ୍ଢ ,ସମ୍ମାନିତ ବକ୍ତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଉଦ୍ୟୋଗପତି ନୟାଗଡ଼ ଓ ଶ୍ରୀ ଭାଗିରଥୀ ବାଇ ସମାଜସେବୀ ନୟାଗଡ଼ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ଉକ୍ତ ସାହିତ୍ୟ ଆସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ବେହେରା ମହୋଦୟ “ମହାବିଦ୍ୟାଳୟରେ ନିର୍ବାଚନ” ଶୀର୍ଷକ ହାସ୍ୟ କବିତା ପାଠ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ ।
ସମସ୍ତ କବି ମାନଙ୍କର କବିତାକୁ ଅଧ୍ୟାପିକା ନୀଳିମା ନନ୍ଦ ଓ କବିୟତ୍ରୀ ହରପ୍ରିୟା ଦ୍ୱିବେଦୀ ସଂଯୋଜନା କରିଥିଲେ । ଶେଷରେ ” ସପ୍ତମଋତୁ “ର ସଭାପତି ଡ. ସିତୁପ୍ରକାଶ ରଥ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ସଭାସାଙ୍ଗ କରାଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply