Home / ମୁଖ୍ୟ ଖବର / ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ତିଆରି ଓ ମହଜୁଦ ଅଭିଯୋଗରେ ଜଣେ ଗିରଫ

ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ତିଆରି ଓ ମହଜୁଦ ଅଭିଯୋଗରେ ଜଣେ ଗିରଫ

ପୁରୀ, ୦୪.୧୧.୨୦୨୬
ବ୍ରହ୍ମଗିରି ଥାନା ପୋଲିସ ପକ୍ଷରୁ ବେଆଇନ ଭାବେ ବାଣ ଓ ବିସ୍ଫୋରକ ସାମଗ୍ରୀ ତିଆରି ଏବଂ ମହଜୁଦ ରଖିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ବିଶ୍ୱସନୀୟ ସୂଚନା ଆଧାରରେ ବ୍ରହ୍ମଗିରି ଥାନା ପୋଲିସ ରାଇଘାଟା ଗ୍ରାମର ସରତ ପଲାଇ (୫୦)ଙ୍କ ଘରେ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ତାଙ୍କ ଘରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ବିସ୍ଫୋରକ ସାମଗ୍ରୀ, ବିଭିନ୍ନ ପ୍ରକାରର ବାଣ ଏବଂ ବାଣ ପ୍ରସ୍ତୁତିରେ ବ୍ୟବହୃତ ଉପକରଣ ଜବତ କରାଯାଇଥିଲା।
ଜବତ ସାମଗ୍ରୀ ମଧ୍ୟରେ ରହିଛି:
🔹 ୨୧ କେଜି ୬୦୦ ଗ୍ରାମ ସନ୍ଦିଗ୍ଧ ବିସ୍ଫୋରକ ପାଉଡର।
🔹 ୩୬ କେଜି ୨୦୦ ଗ୍ରାମ ସ୍କାଏ ସଟ୍ ପାଇଁ ବ୍ୟବହୃତ କେମିକାଲ ବଲ୍।
🔹 ୫ କେଜି ୨୦୦ ଗ୍ରାମ ସିଲଭର ଡଷ୍ଟ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ।
🔹 ୧୧୭ଟି ସିଙ୍ଗଲ୍ ସ୍କାଏ ସଟ୍, ୨୯୨ଟି କୁମ୍‌କି (ଘଡ଼ି), ୧୯୬ଟି ସ୍କାଏ ସଟ୍ ବଲ୍ ଓ ବିଭିନ୍ନ ପ୍ରକାରର କାଗଜ ବାଣ।
🔹 ବାଣ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଓ ଉପକରଣ।
ଜବତ ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରିବା ପାଇଁ Bomb Disposal Teamକୁ ଅବଗତ କରାଯାଇଛି।

ଏ ସଂକ୍ରାନ୍ତରେ Brahmagiri P.S. Case No. 573 dated 04.11.2026, U/s 288 BNS / Sec. 4/5 E.S. Act / Sec. 9(B) Indian Explosives Act / Sec. 5 Fireworks and Loudspeaker (Regulation) Act ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତଙ୍କୁ ଗିରଫ ପରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ସମ୍ପର୍କିତ ଏକ ମାମଲା ରହିଥିବା ଜଣାପଡ଼ିଛି। ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବେଆଇନ ବିସ୍ଫୋରକ ସାମଗ୍ରୀ ତିଆରି, ବିକ୍ରୟ ଓ ମହଜୁଦ ବିରୋଧରେ ଦୃଢ଼ ପଦକ୍ଷେପ ଜାରି ରଖିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply