Home / ମୁଖ୍ୟ ଖବର / ନୟାଗଡ଼ରେ ବିଜେପି ପକ୍ଷରୁ ” ଗଣତନ୍ତ୍ର ବଞ୍ଚାଅ – ଅରାଜକତା ହଟାଅ ” ନେଇ ସାମ୍ବାଦିକ ସମ୍ମିଳନୀ।

ନୟାଗଡ଼ରେ ବିଜେପି ପକ୍ଷରୁ ” ଗଣତନ୍ତ୍ର ବଞ୍ଚାଅ – ଅରାଜକତା ହଟାଅ ” ନେଇ ସାମ୍ବାଦିକ ସମ୍ମିଳନୀ।

ନୟାଗଡ଼,ତା-୪.୧୧.୨୬ରିଖଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ।ନୟାଗଡ଼ ବ୍ଲକ କନଫରେନ୍ସ ଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣତନ୍ତ୍ର ବଞ୍ଚାଅ – ଅରାଜକତା ହଟାଅ’ ନାରା ଦେଇ ବିରୋଧୀଙ୍କ ଉପରେ ଶାଣିତ ଆକ୍ରମଣ କରିଛି ବିଜେପି l ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ ଏବଂ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ କହିଛନ୍ତି ନିର୍ବାଚନରେ

ବାରମ୍ବାର ପ୍ରତ୍ୟାଖ୍ୟାତ ହେବା ପରେ ବିରୋଧୀ ଦଳଗୁଡ଼ିକ ଗଣତନ୍ତ୍ର ନାଁରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି l ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ତାପସ ମାର୍ଥା, ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପର୍ଶୁରାମ ସ୍ୱାଇଁ ଏବଂ ଦଶପଲ୍ଲା ନେତା ଶ୍ରୀଯୁକ୍ତ ରାଘବ ମଲ୍ଲିକଙ୍କ ଉପସ୍ଥିତିରେ ଆୟୋଜିତ ଏହି ପ୍ରେସମିଟ୍‌ରେ କଂଗ୍ରେସର ଦୋମୁହାଁ ନୀତିକୁ ତୃଣମୂଳ ସ୍ତରରେ ପର୍ଦ୍ଦାଫାଶ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ସାମ୍ବିଧାନିକ ସଂସ୍ଥାକୁ ବନ୍ଦ କରି କଂଗ୍ରେସ ନେତାମାନେ ଦେଶରେ ଗଣତନ୍ତ୍ରକୁ ଭାଙ୍ଗି ଅରାଜକତା ସୃଷ୍ଟି କରିବାକୁ ଚାଁହୁଛନ୍ତି ବୋଲି ଜିଲ୍ଲା ପ୍ରଭାରୀ କହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply