Home / ସଂସ୍କୃତି ଓ ପରମ୍ପରା / ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ

ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ

whatsapp image 2022 12 15 at 20.03.22

ଆସନ୍ତା ଜାନୁଆରୀ ୨୬ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ସୁଆଣ୍ଡୋ ଉନ୍ନୟନ ପ୍ରକଳ୍ପକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକୁ ତଦାରଖ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
ଶ୍ରୀ ସତ୍ୟବ୍ରତ ସାହୁ, ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ । ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର, ସପିଙ୍ଗ କେନ୍ଦ୍ର,
ପାର୍କିଂସ୍ଥଳୀ, ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର, ଗ୍ରାମରାସ୍ତା, ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର୍ଯ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ । ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ,ପୁରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହ୍ଥ, ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା ଏବଂ ଗୋପବିନ୍ଧୁଙ୍କ ନାତି ଶ୍ରୀ ଧୀରେନ ଦାଶଙ୍କ ସମେତ ସଂପୃକ୍ତ ନିର୍ମାଣାଧ୍ଵନ ସଂସ୍ଥାର ମୁଖ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply